ଜିଲ୍ଲା ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ଆବାହକ ସୁନୀଲ ପଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଡ଼ଃ ଅରୂପ ଜେନା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ନବ କୃଷ୍ଣ ରଥ, ଜାକିର ଉଲ୍ଲା ଖାନ, ଅବନୀ କଂହର, ପ୍ରଣବ ମଣ୍ଡଳ ପ୍ରମୁଖ ସଂଗଠନକୁ ଅଧିକ ସୁଦୃଢ କରିବା ସହ ଆବଶ୍ୟକ ସ୍ଥଳେ ବାଇଲକୁ ପରିବର୍ତନ କରିବା ସପକ୍ଷରେ ମତ ପୋଷଣ କରିଥିଲେ। ଏହାପରେ ଆଗାମୀ ଦୁଇ ବର୍ଷ ଲାଗି ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ପୁନଃ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସ ଭାପତି ଭାବେ ନବକୃଷ୍ଣ ରଥ ଓ ବ୍ରଜ କିଶୋର ପଟନାୟକ, ସଂଗଠନ ସମ୍ପାଦକ ଅଶୋକ ପରିଡା, ସହ ସମ୍ପାଦକଭାବେ ସାମ୍ବାଦିକ ବିମଳ ନାୟକ, କୋଷାଧକ୍ଷ ଭାବେ ଇଂ, କେ. ଜ୍ଞାନ ରଞ୍ଜନ ଦୋରା ପ୍ରମୁଖ ମନୋନୀତ ହୋଇଛନ୍ତି।

ସେହିପରି କାର୍ଯ୍ୟ କାରୀ ସଦସ୍ୟ ଭାବେ ପ୍ରମୋଦ ସାହୁ, କୁନ୍ଦନ ସିଂ, ବଂଶୀଧର ପଣ୍ଡା, ଇଂ ଅବନୀ କଂହର, ରାଜ କିଶୋର ପାଢ଼ୀ, ସତ୍ୟ ପ୍ରିୟ ମହାନ୍ତି, ପ୍ରଣବ ମଣ୍ଡଳ, ଆଇନଜୀବୀ ଅଶୋକ ବେହେରା, ବିରଜା ପ୍ରସାଦ ନାହାକ, ସାମ୍ବାଦିକ ଡ଼ଃ.କାଁହୁ ଚରଣ ଶତପଥୀ ଓ ଜାକିର ଉଲା ଖାନ ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ପରାମର୍ଶଦାତା ଭାବେ ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ଗୋପାଳ କୃଷ୍ଣ ପଟନାୟକ, ପଦ୍ମ ଚରଣ ସ୍ୱାଇଁ, ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ମିହିର ଚାନ୍ଦ ମଲିକ, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ମନୋନୀତ ହୋଇଥିବା ନେଇ ସାଧାରଣ ସମ୍ପାଦକ ସୁନୀଲ ପଟନାୟକ କହିଛନ୍ତି।

Comments are closed.