ଦୁର୍ବଳ ହେଲା ଲଘୁଚାପ; କମିବ ବର୍ଷା, କୋହଲା ପାଗ ଜାରି..
ଭାଙ୍ଗି ପଡିଛି ଚାଷୀଙ୍କ ମେରୁଦଣ୍ଡ
ଭୁବନେଶ୍ୱର : ଦୁର୍ବଳ ହେଲା ଲଘୁଚାପ । ରାଜ୍ୟରେ କମିବ ବର୍ଷାର ପ୍ରଭାବ । ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ହେବାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହେଲା ଲଘୁଚାପ । ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲାରେ କୋହଲା ପାଗ ଜାରି ରହିଛି । ଆଜି ଠାରୁ ବର୍ଷାର ପରିମାଣ ଧିରେ ଧିରେ କମିବ। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଉଛି ।
ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗି ପଡିଛି ଚାଷୀଙ୍କ ମେରୁଦଣ୍ଡ । କ୍ଷେତରେ ଉଜୁଡିଛି ଧାନ ଫସଲ । ପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଥିବାରୁ କୋବି, ଭେଣ୍ଡି, ଲଙ୍କା, କାକୁଡି, ଜହ୍ନି ଆଦି ପରିବାର ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଶାଗ,ମାଛ ଦରରେ ଚାଷୀ ଏହାକୁ ବିକ୍ରି କରୁଛନ୍ତି ।
୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..
Comments are closed.