ନିର୍ମାଣ ଦ୍ୱାରା ପ୍ରାକୃତିକ ନାଳ ଅବରୋଧ, ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମନିକଟରେ ମୁଖ୍ୟରାସ୍ତା ମଧ୍ୟରେ ଥିବା ଏକ ପ୍ରାକୃତିକ ନାଳ ଜଣେ ବ୍ୟକ୍ତିଙ୍କ ନିର୍ମାଣ କାର୍ଯ୍ୟ ଯୋଗୁଁ ଅବରୋଧ ହୋଇଯାଇଛି। ଫଳରେ ପାହାଡିଆ ଅଞ୍ଚଳରୁ ବର୍ଷାଦିନେ ଆସୁଥିବା ଜଳ ତଳି ଅଞ୍ଚଳକୁ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଓ ରାସ୍ତା କଡରେ ଜମା ହୋଇ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମର ସରପଞ୍ଚ ରଶ୍ମିତା ପରିଡ଼ା ଓ ସମିତି ସଭ୍ୟ ସୁଚିତ୍ରା ସାମଲ ନିର୍ମାଣ କରୁଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରାକୃତିକ ନାଳ ଅବରୋଧ ନକରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ତାହା ନଶୁଣି ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବାରୁ ଆଗାମୀ ଦିନରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେବ। ଏଥିପାଇଁ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଏ ବିଷୟରେ ଅବଗତ କରାଇବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

Comments are closed.