ନବୀନ ଓଡ଼ିଶା ସାରଥୀ ସମାବେଶ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଠାରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନବୀନ ଓଡ଼ିଶା ସାରଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଅତିଥି ଭାବରେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡଃ ହରିଶ ଚନ୍ଦ୍ର ଚୌଧୁରୀ, ସଂଯୋଜକ କାନନ ବିହାରୀ ପହି, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ବରିଷ୍ଠ ବିଜେଡ଼ି ନେତା ଭବାନୀ ଶଙ୍କର ନାଏକ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନ ଦୁଇଟି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ୫୬ଟି ପଞ୍ଚାୟତର ସମସ୍ତ ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ।

Comments are closed.