ଆଠଗଡ଼ର ବିଜେପି ନେତା ରାମନାରାୟଣ କଟକ ଜିଲ୍ଲା ସଭାପତି

ଆଠଗଡ଼: ଆଠଗଡ଼ର ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ୱରେ ଥିବା ରାମନାରାୟଣ ମହାନ୍ତିଙ୍କୁ କଟକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଜିଲ୍ଲା ସଭାପତି ରହିଥିବା ପ୍ରକାଶ ବେହେରା ଦଳଛାଡି ବିଜେଡିରେ ଯୋଗଦାନ କରିବା ପରେ କଟକ ଜିଲ୍ଲା ସଭାପତି ପଦବୀ ଖାଲି ପଡ଼ିଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମନାରାୟଣଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି। ପ୍ରକାଶ ଥାଉକି ଛାତ୍ର ରାଜନୀତି ବିଶେଷକରି ଗୋପବନ୍ଧୁ ବିଜ୍ଞାନ କଲେଜର ସଭାପତି ହେବା ପରଠାରୁ ସେ ରାଜନୀତି ସହିତ ଜଡିତ ରହିଆସିଛନ୍ତି। ବିଗତ ୨୧ବର୍ଷ ଧରି ଦଳକୁ ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳି ସହିତ ଜିଲ୍ଲାରେ ସଂଗଠିତ କରି ରଖିବାରେ ଶ୍ରୀ ମହାନ୍ତିଙ୍କର ବହୁ ଅବଦାନ ରହିଥିବାରୁ ତାଙ୍କ ଉପରେ ରାଜ୍ୟ ନେତୃବର୍ଗ ଆସ୍ଥା ପ୍ରକଟ କରି କଟକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦାୟିତ୍ୱ ଅର୍ପଣ କରାଯାଇଛି।

ଜଳୁଛି ଓଡ଼ିଶା: ୩୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ, ଅନୁଗୁଳ ସବୁଠୁ ଉତ୍ତପ୍ତ

ଆଗକୁ ନିର୍ବାଚନ ଏବେ ଦଳର ଅସନ୍ତୁଷ୍ଟଙ୍କୁ ବୁଝାଇବା ଓ ନିର୍ବାଚନ ପରିଚାଳନା କରିବା ରାମନାରାୟଣଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି। ୨୦୦୯ ମସିହା ନିର୍ବାଚନରେ ସେ ଆଠଗଡ଼ ଆସନରେ ବିଜେପି ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ଶ୍ରୀ ମହାନ୍ତି ଜିଲ୍ଲା ସଭାପତି ନିଯୁକ୍ତ ହେବା ପରେ ତାଙ୍କୁ ଆଠଗଡ଼ ସମେତ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଅଭିନନ୍ଦନ ଜଣାଇବା ସହ ତାଙ୍କ ନେତୃତ୍ୱରେ ଦଳ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ଦଳର ଅସନ୍ତୁଷ୍ଟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ମନାଇବା ଏବଂ ନିର୍ବାଚନକୁ ସୁପରିଚାଳନା କରିବା ତାଙ୍କର ପ୍ରାଥମିକତା ହେବ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। କଟକ ଜିଲ୍ଲା ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଥିବାରୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ତଥା କେନ୍ଦ୍ର ନେତୃବର୍ଗଙ୍କୁ ରାମନାରାୟଣ କୃତଜ୍ଞତା ଜଣାଇଛନ୍ତି।

Comments are closed.