www.samajalive.in
Monday, December 8, 2025
20.1 C
Bhubaneswar

ଏନଟିଟିଏଫ ବିଦ୍ୟାର୍ଥୀଙ୍କ କ୍ୟାମ୍ପସ ଚୟନରେ କୃତିତ୍ବ

ଗୋପାଳପୁର: ମାଣ୍ଡିଆପଲ୍ଲୀ ଠାରେ ଥିବା ଏନଟିଟିଏଫ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ କମ୍ପାନୀ ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନ ପ୍ରକିୟାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସତୀଶ କେଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି। ଏହି କ୍ରମରେ ଅନୁଷ୍ଠାନର ୧୨ ଜଣ ବିଦ୍ୟାର୍ଥୀ ବାର୍ଷିକ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଦରମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାଙ୍ଗାଲୋର ସ୍ଥିତ ଫେନୋକ ଇଣ୍ଡିଆ କମ୍ପାନୀ ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନ ପ୍ରକିୟାରେ ଅନୁଷ୍ଠାନର ୧୬ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ଜଣେ ବିଦ୍ୟାର୍ଥୀ ବାର୍ଷିକ ୫ ଲକ୍ଷ ଟଙ୍କାରେ ଚାକିରୀ ପାଇବା ପାଇଁ ଚୟନ ହୋଇଥିଲେ। ଏହା ସହ ହିମାଚଳ ପ୍ରଦେଶ ସ୍ଥିତ ଇଣ୍ଡୋ – ସ୍ପନିକ୍ସ ପ୍ରିସିସିୟନ ଲିମିଟେଡ ପକ୍ଷରୁ ଅନୁଷ୍ଠିତ ଚୟନ ପ୍ରକିୟାରେ ୫୫ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୦ ଜଣ ବିଦ୍ୟାର୍ଥୀ ବାର୍ଷିକ ୩ ଲକ୍ଷ ଟଙ୍କା ଦରମାରେ ଚୟନ ହୋଇଛନ୍ତି। ଖୋର୍ଦ୍ଧା ସ୍ଥିତ ଆଇଟିସି ଫୁଡସ ପକ୍ଷରୁ ଅନୁଷ୍ଠିତ ଚୟନ ପ୍ରକିୟାରେ ୧୨ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟାର୍ଥୀ ବାର୍ଷିକ ୩.୮ ଲକ୍ଷ ଦରମା ହାରରେ ଚୟନ ହୋଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories