ଉତ୍ତମ ଜୀବନ ପାଇଁ ଉତ୍କଣ୍ଠା ଜାଗ୍ରତ କରନ୍ତୁ – ସୋନମ ୱାଙ୍ଗଚୁକ୍‌‌

ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସ୍ନାତକ ସମାବର୍ତ୍ତନ ଉତ୍ସବ

ପିପିଲି: ସମଗ୍ର ଦୁନିଆରେ ସମସ୍ୟା ଭରିରହିଛି। ଆପଣ ସବୁବେଳେ ଜଣେ ସମସ୍ୟା ସମାଧାନକାରୀ ହେବା ଆବଶ୍ୟକ। ଯଦି ଆପଣ ସମସ୍ୟା ସମାଧାନ କରିବାରେ ସକ୍ଷମ ହୁଅନ୍ତି, ତେବେ ଆପଣ ଜଣେ ପ୍ରକୃତ ନେତା ଅଟନ୍ତି। ଏକ ସଫଳ ଓ ଉଦ୍ଦେଶ୍ୟମୂଳକ ଜୀବନର ତିନୋଟି ସ୍ତମ୍ଭ ହେଉଛି କ୍ୟୁରିଓସିଟି, ସହାନୁଭୂତି ଏବଂ ସ୍ପିରିଟ୍‌‌ ଅଫ୍‌‌ ଇନିସିଏଟିଭ୍‌‌ ବୋଲି ରମଣ ମ୍ୟାଗାସେସେ ପୁରସ୍କାର ବିଜେତା ତଥା ହିମାଳୟ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଅଲଟରନେଟିଭସ, ଲଦାଖ (ଏଚ୍‌‌ଆଇଏଏଲ୍‌‌)ର ପ୍ରତିଷ୍ଠାତା ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍‌‌ ଶନିବାର ଦିନ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସ୍ନାତକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବା ଅବସରରେ ପ୍ରକାଶ କରିଛନ୍ତି।

ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସ୍ନାତକ ସମାବର୍ତ୍ତନ ଉତ୍ସବ ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ନିକଟବର୍ତ୍ତି ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ର ଅଡିଟୋରିୟମରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୪୨୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ (ୟୁଜି) ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସୋନମ ୱାଙ୍ଗଚୁକ୍‌‌ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ପଦକ୍ଷେପ ନିଅନ୍ତୁ, ଅଭିଜ୍ଞତା ହାସଲ କରନ୍ତୁ। କାରଣ ଏହା ଅଧିକ ଆତ୍ମବିଶ୍ୱାସ ଆଣିଥାଏ ଏବଂ ଶେଷରେ ସଫଳତା ଆଣିଥାଏ ବୋଲି ସେ କହିଥିଲେ। ସ୍କୁଲ ଅଫ୍‌‌ ସଷ୍ଟେନେବିଲିଟି ର ଡିନ୍‌‌ ପ୍ରଫେସର ସୁତାପା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଆର୍‌‌. ଉଭାରୀ ନିଜ ଅଭିଭାଷଣରେ ବିଶ୍ୱବିଦ୍ୟାଳୟର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷାଦାନ, ଗବେଷଣା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ଶ୍ରେଷ୍ଠତାର ପ୍ରମାଣ ଦେଇଆସୁଥିବା ବେଳେ ଶିକ୍ଷାଗତ ଉତ୍କର୍ଷତା, ନୈତିକ ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ଏହି ବିଶ୍ୱବିଦ୍ୟାଳୟ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ୍‌‌. ଆଣ୍ଟୋନି ରାଜ, ବିଶ୍ୱବିଦ୍ୟାଳୟର ମୁଖ୍ୟ ଅର୍ଥ ଅଧିକାରୀ ଫାଦର ଭି. ଅରକିଆ ଦାସ, କାର୍ଯ୍ୟକାରୀ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଆଣ୍ଡ୍ରିୟୁ ଦତ୍ତ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମ୍ୟାନେଜମେଣ୍ଟର ପୂର୍ବତନ ଛାତ୍ରୀ ତଥା ଏଚ୍‌‌ଆଇଏଏଲ୍‌‌ ର ସହପ୍ରତିଷ୍ଠାତା, ସିଇଓ ଏବଂ ଡିନ୍‌‌ ଗୀତାଞ୍ଜଳି ଜେବି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀୱାଙ୍ଗଚୁକ ଙ୍କୁ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଆର୍‌‌. ଉଭାରୀ ସଂବର୍ଦ୍ଧିତ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ୪୨୧ ଜଣ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ଉତ୍କର୍ଷତା ପାଇଁ ଶ୍ରୀୱାଙ୍ଗଚୁକ ପଦକ ପ୍ରଦାନ କରିଥିଲେ। ଶେଷରେ ରେଜିଷ୍ଟ୍ରାର ଫାଦର ଏସ୍‌‌. ଆଣ୍ଟୋନି ରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏହା ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ଡିନ୍‌‌ ମାନେ ଉପସ୍ଥିତ ଥିଲେ।

<blockquote class=”twitter-tweet”><p lang=”or” dir=”ltr”>ଉତ୍ତମ ଜୀବନ ପାଇଁ ଉତ୍କଣ୍ଠା ଜାଗ୍ରତ କରନ୍ତୁ – ସୋନମ ୱାଙ୍ଗଚୁକ୍‌‌<br>ସମଗ୍ର ଦୁନିଆରେ ସମସ୍ୟା ଭରିରହିଛି। ଆପଣ ସବୁବେଳେ ଜଣେ ସମସ୍ୟା ସମାଧାନକାରୀ ହେବା ଆବଶ୍ୟକ। ଯଦି ଆପଣ ସମସ୍ୟା ସମାଧାନ କରିବାରେ ସକ୍ଷମ ହୁଅନ୍ତି, ତେବେ ଆପଣ ଜଣେ ପ୍ରକୃତ ନେତା ଅଟନ୍ତି। ଏକ ସଫଳ ଓ ଉଦ୍ଦେଶ୍ୟମୂଳକ ଜୀବନର ତିନୋଟି ସ୍ତମ୍ଭ ହେଉଛି କ୍ୟୁରିଓସିଟି,… <a href=”https://t.co/7KhRY0gp8Z”>pic.twitter.com/7KhRY0gp8Z</a></p>&mdash; Samaja Live (@samajalive) <a href=”https://twitter.com/samajalive/status/1784238271754543149?ref_src=twsrc%5Etfw”>April 27, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

Comments are closed.