www.samajalive.in
Monday, December 8, 2025
16.1 C
Bhubaneswar

ଗୋଟିଏ ପରିବାରରେ ଦୁଇ ରୋଗୀ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ଥ ଅଲଣ୍ଡା ଗାଁର ଗୋଟିଏ ପରିବାରର ଦୁଇ ଜଣ ରୋଗୀ, ଚିକିତ୍ସା ପାଇଁ ଅର୍ଥ ଅଭାବ ଦେଖା ଦେଇଛି। ମୃତ ବାପା ଏ.ବାବୁରାଓଙ୍କ ପରିବାର କହିଲେ ସ୍ତ୍ରୀ ଏ. ଜଗଦମ୍ବା,  ୩ପୁଅ, ଗୋଟିଏ ଝିଅ । ବାପାଙ୍କ ମୃତ୍ୟୁ ପରେ ଝିଅଜୁଇ ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ବର୍ତ୍ତମାନ ପରିବାରରେ ୮ଜଣ ରହିଛନ୍ତି । ଏମାନଙ୍କ ଚଳିବା ବହୁ କଷ୍ଟ ହେଉଥିବାବେଳେ ଭାଗ୍ୟକୁ ଦୁଇ ଦୁଇ ଜଣ ରୋଗୀ ରହିଛନ୍ତି। ଯେଉଁ ବୟସରେ ରୋଜଗାର କରିବା କଥା ସେ ବୟସରେ ସାନ ପୁଅ ରକ୍ତଚାପ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇରହିଛି । ପ୍ରାୟ ୨୦୧୯ମସିହାରେ ପ୍ରଥମେ ମା ଏ ଜଗଦମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ବିଭିନ୍ନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବାପରେ ଗୋଡ଼ରେ ଦୁଇଟି ପାଣି ଫୋଟକା ହୋଇଥିଲା । ଏହାକୁନେଇ ସ୍ୱାସ୍ଥ୍ୟକେନ୍ଦ୍ର ଦେଖାଇ ଚିକିତ୍ସା କରିବାରୁ ତାହା ଗୋଦରା ଗୋଡ ରହିଛି । ମାଙ୍କ ଦୁଃଖ ନଯାଉଣୁ  ସାନ ପୁଅ ଏ ଗୌରୀପ୍ରସାଦ (୩୬) ରକ୍ତଚାପ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଛି । ୨୦୨୦ମସିହା ସେପ୍ଟେମ୍ବର ମାସ ରାତ୍ରିରେ  ଖାଇ ସୋଇଥିବା ବେଳେ ହଟାତ ଅଣ୍ଟାରେ ଯନ୍ତ୍ରଣା ହେବାରୁ ଛଟପଟ ହୋଇ ଖଟରୁ ତଳେ ପଡିଯାଇଥିଲା । ସେ ଆଉ ଉଠିପାରି ନଥିଲେ । ତାକୁ ୫ ତାରିଖରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ଠାରେ ଦୁଇଦିନ ଧରି ଚିକିତ୍ସା ହେବାପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ । ୭ତାରିଖରେ ରାୟଗଡାରେ ପ୍ରାୟ ୬ଦିନ ଧରି ରହିବାପରେ ରୋଗୀର କୌଣସି ଭଲ ହେବାପରି ନଲାଗିବାରୁ ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ପ୍ରାୟ ୧୦ ଦିନ ଧରି ରହିବାପରେ ପୁଣି ସମ୍ବଲପୁର ଜିଲ୍ଲା ବୁର୍ଲା ଚିକିତ୍ସାଳୟକୁ ପଠାଇଥିଲେ । ସେଠାକୁ ନଭେମ୍ବର ୧୦ରେ ଯାଇ ପ୍ରାୟ ୧୫ରୁ୨୦ଧରି ଚିକିତ୍ସା ହେବପରେ  ଉତ୍ତମ ଚିକିତ୍ସା ପାଇଁ କଟକକୁ ପଠାଇ ଦେଇଥିଲେ। ସେମାନଙ୍କ ପାଖରେ ଥିବା ସବୁ ଟଙ୍କା ସରିଯିବା ପରେ ଘରେ ଥିବା ମାଆ ଓ ସାନ ଭାଇର ଚିକିତ୍ସା ପାଇଁ ସୁନାରୁପା ମଧ୍ୟ ବିକ୍ରି କରି ଦେଇଥିଲେ। ସେହି ଟଙ୍କା ସରିଗଲା ସିନା ମାଆ ଭାଇର ଚିକିତ୍ସା ହୋଇପାରି ନାହିଁ।
ଉକ୍ତ ଅଞ୍ଚଳକୁ  ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଆସିଥିବା ବେଳେ ଏହି ଖବର ଶୁଣିଥିଲେ । ଏହା ଶୁଣିବା ପରେ ନେତା, କର୍ମୀଙ୍କୁ ନେଇ ଅଲଣ୍ଡା ଗାଁକୁ ଯାଇ ଗୌରୀଙ୍କ ସମସ୍ୟା ବୁଝିଥିଲେ । ଏବଂ ପରିବାରକୁ ସାନ୍ତ୍ୱନା ଦେବାପରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ କିମସ  ମେଡିକାଲ ଯିବାପାଇଁ କହିଥିଲେ । ସେମାନଙ୍କ ପାଖରେ ଟଙ୍କା ନଥିବାରୁ ଧାରକରଜ କରି  ନଭେମ୍ବର ମାସ ୨୮। ତାରିଖରେଏକ ବୋଲେରୋ ଭଡାରେ ନେଇ ଭୁବନେଶ୍ୱର କିମସ ମେଡିକାଲ ଯାଇ ବାହାର ଲଜରେ ୫ ଦିନ ଧରି ରହିବା ପରେ କୌଣସି ଲୋକଙ୍କ ଦେଖା ମିଳିନଥିଲା । ମେଡିକାଲରେ ପଚାରିବାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜମା କଲେ ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କହିବାରୁ ଏମାନଙ୍କ ପାଖରେ ଟଙ୍କା ନଥିବାରୁ ଘରକୁ ଫେରି ଆସିଥିଲେ । ଭୁବନେଶ୍ୱର  ଠାରୁ ଘରକୁ ଫେରି ଆସି  କିଛି ଦିନ ପରେ ପୁଣି ଧାର କରଜ କରି  ଡିସେମ୍ବର ମାସ ୧୯ ଓ ୨୨ ତାରିଖରେ ଭାଇକୁ  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କାଣ୍ଡେଲ ଗାଁରେ ଥିବା ଆୟୁବେଦ ସେବାସଦନ କୁ ଦୁଇଥର ନେଇ ଦେଖାଇଥିଲେ । କିନ୍ତୁ ଗୌରୀର କୌଣସି ସଠିକ ଉପଚାର ହୋଇପାରି ନଥିଲା। ମନ୍ତ୍ରୀଙ୍କ ପ୍ରତିନିଧି ପୁଣି   ଭୁବନେଶ୍ୱର  ଆସିବାକୁ କହିବାରୁ ପୁଣି ଏହି ପରିବାର ଲୋକେ   ୨୦୨୧ ମସିହା ଫେବୃଆରୀ ମାସର  ୯ତାରିଖ ରେ ଗାଡି ଭଡା କରି ଯାଇଥିଲେ । ସେଠାରେ ମଧ୍ୟ ବାହାର ଲଜରେ ୫ଦିନ ଧରି ରହିବାପରେ କାହାର ଦର୍ଶନ ନମିଳିବାରୁ ଏମାନେ ମେଡିକାଲ ରେ ପଚାରିବା ବେଳେ ସେଠାରେ ମଧ୍ୟ ୧୦ଲକ୍ଷ ଟଙ୍କା ଜମା କଲେ ଚିକିତ୍ସା କରାଯିବ ବୋଲି କହିବାରୁ ଫେରି ଆସିଥିଲେ । ଏହାପରେ  ଫେବ୍ରୁଆରୀ ୧୧ ତାରିଖରେ  ସରକାରୀ ମେଡ଼ିକାଲ କଟକକୁ ଯାଇ ୫ଦିନ ଧରି ଚିକିତ୍ସା ହେବା ପରେ ପୁଣି ସେଠାରୁ ଭୁବନେଶ୍ୱରକୁ ପଠାଇ ଦେଇଥିଲେ । ଏମାନେ ଭୁବନେଶ୍ୱର ନଆସି ମାର୍ଚ୍ଚ ୨୪ତାରିଖରେ ଅଲଟପୁର ଯାଇ ସେଠାରେ ପ୍ରାୟ ୨ ମାସ ରହି ଚିକିତ୍ସା ହୋଇ ଆସିଥିଲେ। ବର୍ତ୍ତମାନ ଅଣ୍ଟା ଠାରୁ ତଳ ଭାଗ କାମକରୁନାହିଁ । ତାକୁ ରୋଗିଣୀ ମା ପିଲାମାନେ ଟେକା ରଖା କରୁଛନ୍ତି । ଏହା ଶୁଣି ପଞ୍ଚୟତ ତରଫରୁ ଟ୍ରାୟ ସାଇକଲ ଯୋଗାଇଛନ୍ତି । କିନ୍ତୁ ସେ ନିଜେ ସାଇକଲର ବସିପାରୁନାହିଁ । ତାକୁ ପରିବାର ଲୋକେ ଟେକି ବସାଇଲେ ବସୁଛି ଓ ବାହାରେ ବୁଲି ଘରକୁ ଆସିଲେ ପୁଣି ସାଇକଲରୁ ବାହାର କରୁଛନ୍ତି । ଏଥିପାଇଁ ସରକାର ତରଫରୁ କିଛି ସାହାଯ୍ୟ ମିଳିଲେ ମାଆ ଓ ସାନପୁଅ ର ଚିକିତ୍ସା କଲେ ଆମ ପାରିବାର ପୁଣି ଥରେ ହସି ଉଠିବ। ଘରରେ ଜଣେ ମାତ୍ର ମଝିଆ ପୁଅ ଏ ସମେଶ ଅଟୋ ଚଳାଇ ୮ପ୍ରାଣୀକୁ ଭରଣ ପୋଷଣ କରୁଛନ୍ତି। ବର୍ତ୍ତମାନ ତାଲା ବନ୍ଦ ହୋଇଥିବାଯୋଗୁଁ ରୋଜଗାର ହୋଇପାରିନି । ଏହି ପରିବାରକୁ ସରକାର ସାହାଯ୍ୟ କଲେ ପୁଣି ପୂର୍ବ ଅବସ୍ଥାକୁ ଫେରିବେ ବୋଲି ଗ୍ରାମର ୱାଡ଼ ସଦସ୍ୟ ଦାନୁ କାଡ୍ର।କା, ଲକୀ କାଡ୍ର।କା, ଶ୍ରୀରାମ କାଡ୍ର।କା, ଲକିନାଥ କାଡ୍ର।କା, ରାଜେଶ କାଡ୍ର।କା, ରାମ ହୁଇକା ପ୍ରମୁଖ କହିଛନ୍ତି । ଏ ସମ୍ପର୍କରେ ବିଡିଓ କାଳୁ ଚରଣ ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ପରିବାର ଘରକୁ ଯାଇ ପରିଦର୍ଶନ କରି ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରକାର ତରଫରୁ ଯେଉଁ ସୁବିଧା ଥିବ ସେହି ପରିବାରକୁ ଯୋଗାଇ ଦିଆଜିବ ଵୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories