www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଦିଶିବନି ନିଜ ଛାଇ, କାହିଁକି ଜାଣନ୍ତୁ …..

ଭୁବନେଶ୍ବର : ମେ’ ୨୧ ଅର୍ଥାତ୍ ଆଜି ଭୁବନେଶ୍ବର ଏବଂ ମେ’ ୨୨ରେ କଟକରେ ଶୂନ୍ୟଛାୟା ଦେଖାଯିବ। ଭୁବନେଶ୍ବରରେ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୪୩ ମିନିଟରେ ଏହି ଶୂନ୍ୟଛାୟା ଦେଖାଯିବ। କଟକରେ ବୁଧବାର ପୂର୍ବାହ୍ଣ ୧୧ଟା ୪୩ମିନିଟରେ ଶୂନ୍ୟଛାୟା ଦୃଶ୍ୟମାନ ହେବ। ବଲାଙ୍ଗିରରେ ମେ’ ୨୩ ପୂର୍ବାହ୍ଣ ୧୧ଟା ୫୪ମିନିଟ, ବୁର୍ଲା ମେ’ ୨୮ ପୂର୍ବାହ୍ଣ ୧୧ଟା ୫୨ମିନିଟ, ବାରିପଦା ମେ’ ୩୧ ପୂର୍ବାହ୍ଣ ୧୧ଟା ୪୧ମିନିଟ ଏବଂ ରାଉରକେଲାରେ ଜୁନ୍ ୨ ପୂର୍ବାହ୍ଣ ୧୧ଟା ୫୮ମିନିଟରେ ଶୂନ୍ୟଛାୟା ଦେଖାଯିବ। ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଏ। ସେ ସମୟରେ ବାହାରକୁ ଗଲେ ସବୁବେଳେ ସୂର୍ଯ୍ୟର ବିପରୀତ ଦିଗରେ ଆମର ଏକ ଛାଇ ସୃଷ୍ଟି ହୋଇଥାଏ। ଯେତେବେଳ ଯାଏଁ ସୂର୍ଯ୍ୟ ଆଲୋକ ଥାଏ ସେତେବେଳ ଯାଏଁ ଛାଇ ରହିଥାଏ। ସୂର୍ଯ୍ୟ ଦିଗବଳୟର ଯେତେ ନିକଟରେ ଥାଏ ଛାଇ ଲମ୍ବ ସେତେ ଅଧିକ ହୋଇଥାଏ ଓ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଗଲେ ଛାଇଟି ଖୁବ ଛୋଟ ହୋଇଯାଏ। କିନ୍ତୁ କେବେବି ଏହା ପୁରା ଉଭେଇ ଯାଏ ନାହିଁ। କିନ୍ତୁ ଶୂନ୍ୟଛାୟାରେ ଛାୟା ବିଲକୁଲ୍‌ ଦେଖାଯାଏନି। ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡିକ ଜାଣିବା ଓ ସମାଜରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରସାରରେ ଏହି ଦିବସ ସହାୟକ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପୂର୍ବତନ ନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories