ମୁମ୍ବଇ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଘରକୁ ଆସିଛନ୍ତି କୁନି ଅତିଥି। ମା’ ହୋଇଛନ୍ତି ୟାମୀ ଗୌତମ। ଦମ୍ପତିଙ୍କର ପୁତ୍ର ସନ୍ତାନ ହୋଇଥିବା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଆଦିତ୍ୟ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ୟାମୀ। ସେ ତାଙ୍କର ପୁଅର ନାମ ‘ବେଦାଭିଦ୍’ ରଖିଛନ୍ତି। ଏହା ଭଗବାନ ବିଷ୍ଣୁଙ୍କର ଏକ ନାମ ବୋଲି କୁହାଯାଉଛି। ଏହି ଖବର ଜଣାପଡିବା ପରେ ୟାମୀ ଓ ଆଦିତ୍ୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛା ସୋସିଆଲ ମିଡ଼ିଆରେ ଆସୁଛି। ୨୦୨୧ ଜୁନ ୪ରେ ୟାମୀ ଓ ଆଦିତ୍ୟଙ୍କ ବିବାହ ହୋଇଥିଲା। ବିବାହର ତିନି ବର୍ଷ ପରେ ଉଭୟ ବାପା ମା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ୟାମୀଙ୍କୁ ବଲିଉଡ ଫିଲ୍ମ ‘ଆର୍ଟିକେଲ ୩୭୦’ରେ ଶେଷ ଥର ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟକୁ ଫ୍ୟାନ୍ସମାନେ ଭୁରି ଭୁରି ପ୍ରଶଂସା କରିଥିଲେ।
Popular Categories



