www.samajalive.in
Sunday, December 14, 2025
16.1 C
Bhubaneswar

ଏହି ରାଶିର ଲୋକ ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ: ମଙ୍ଗଳବାର ରାଶିଫଳ

ମେଷ: ପତ୍ନୀ ସେବିକା ମନୋବୃତ୍ତିର ହେବେ। କର୍ମକ୍ଷେତ୍ରରେ ଚଞ୍ଚଳା ହେବେ। ଧନପ୍ରିୟା ହୋଇପାରନ୍ତି। ସାଧୁଚରିତ ସମ୍ପନ୍ନା ହେବେ। ପତିପ୍ରାଣାଭାବେ ଆଦର୍ଶନୀୟା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଗୃହପାଳିତ ପଶୁମାନଙ୍କୁ ନିଜ ଆୟତ୍ତରେ ରଖିନପାରି ପଡ଼ୋଶୀର ଫସଲ ନଷ୍ଟଜନିତ ବୈରତାକୁ ବରଣ କରିବେ। ଅସତ୍ୟ ମାର୍ଗରୁ ମୁହଁ ଫେରାଇ ଆଣିପାରନ୍ତି। ପତ୍ନୀ ଓ ବନ୍ଧୁଙ୍କ ପାଇଁ ସୁଖ ଅନୁଭବୀ ହେବେ।
ମିଥୁନ: ସନ୍ତାନମାନେ ସୁଶିକ୍ଷିତ ହେବେ। ସ୍ବଧର୍ମାନୁରକ୍ତ ହୋଇପାରନ୍ତି। ଚରିତ୍ରବାନ୍‌ଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଜଳ, ଉଜ୍ଜ୍ବଳ ଓ ତେଜଯୁକ୍ତ ହେବେ।
କର୍କଟ:ଜଳଯାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ବାଡ଼ି କୂପର ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଯୋଗଁୁ ପାନୀୟ ଜଳ ଗୃହ ଓ ଉର୍ବର ଭୂମିର ସୁବିଧା ହାସଲ କରିପାରନ୍ତି। ସୁସ୍ଥ ରହିବେ।
ସିଂହ: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ପ୍ରତ୍ୟେକ ବର୍ଗର ଲୋକଙ୍କର ପ୍ରିୟପାତ୍ର ହେବେ। ନିଜ ଶ୍ରମର ପ୍ରାପ୍ୟ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଲୋକ ହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
କନ୍ୟା:କାର୍ଯ୍ୟ କରୁଥିବା ସଂସ୍ଥାରୁ ନିଜର ପରିଶ୍ରମର ଫଳ ସ୍ବରୂପ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁବର୍ଣ୍ଣ, ମଣି, ମୁକ୍ତାଦି ବ୍ୟବସାୟରୁ ଧନ ପ୍ରାପ୍ତ ହେବେ। ହସ୍ତୀ, ଅଶ୍ବ, ରତ୍ନାଦି ପ୍ରାପ୍ତିର ସୂଚନା ମିଳୁଛି। ଯୋଗଜନ୍ମା ହେବେ।
ତୁଳା: ଐକାନ୍ତିକ ଇଚ୍ଛାଶକ୍ତିସମ୍ପନ୍ନ ହେବେ। ଚିତ୍ର ବିଦ୍ୟା ପାରଦର୍ଶୀ ହେବାର ସୌଭାଗ୍ୟ ଉଦୟ ହୋଇଛି। ଅତିମାତ୍ରାରେ ପୁଣ୍ୟ କର୍ମଶୀଳ ହେବେ। ସମ୍ପତ୍ତିବାନ୍‌ ହୋଇପାରନ୍ତି। ନୃପତୁଲ୍ୟ ସୁଶାସନକର୍ତ୍ତା ହୋଇପାରନ୍ତି।
ବିଛା: ଉତ୍ତମ କର୍ମରେ ଜଡ଼ିତ ହୋଇଥିବାବେଳେ ନିତ୍ୟକର୍ମକୁ ନିଜେ ଘୃଣା କରିବା ସହିତ ଅନୁଗତମାନଙ୍କୁ ନିବୃତ୍ତ ରହିବାକୁ ପରାମର୍ଶ ଦେବେ। ଚୋରି ଭଳି କୁକର୍ମକାରୀଙ୍କୁ ବାରମ୍ବାର ସତର୍କ କରିପାରନ୍ତି।
ଧନୁ: ସରକାରୀସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସେବା ପରାୟଣ ମନୋଭାବର ହୋଇପାରନ୍ତି। ମହାନ୍‌ ପୌରୁଷର ଅଧିକାରୀ ହେବେ। ପୁଷ୍ପାଦି ନିର୍ମିତ ଆଭୂଷଣରେ ସମ୍ମାନିତ ହୋଇପାରନ୍ତି। ସୁସ୍ଥ ରହିବେ।
ମକର: କର୍ମପ୍ରଧାନ ହୋଇପାରନ୍ତି। ସ୍ବକର୍ମ ଉପରେ ଅତୁଟ ବିଶ୍ବାସ ରଖି ଆଗୁସାର ହେବେ। ନିର୍ଭିକଭାବେ ଦାୟିତ୍ବବହନ କରୁଥିବା କାର୍ଯ୍ୟର ସୁସମ୍ପାଦିତ କରିପାରନ୍ତି। ଦୁଷ୍ଟମାନଙ୍କୁ ଦୂରୁଜୁହାର କରି ବିଦା କରିବେ।
କୁମ୍ଭ:ଆଧ୍ୟାତ୍ମମାର୍ଗୀ ହେବେ। ପରିବେଶର ସୁରକ୍ଷା ପାଇଁ ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ଉପରେ ଅଧିକ ଧ୍ୟାନ ଦେବେ। କୃଷି କର୍ମକାରୀମାନଙ୍କୁ ଉତ୍ସାହିତ କରିବେ ଓ କୃଷିରୁ ଲାଭବାନ୍‌ ହେବେ।
ମୀନ: ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ନିକୃଷ୍ଟ ସଙ୍ଗ ପରିତ୍ୟାଗ କରି ସୁଖୀ ହେବେ। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories