www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଚଣ୍ଡ ରୁଦ୍ରତାପ ନେଇ ଆଇଏମଡିର ଚେତାବନୀ; ‘ଲୁ’ ପ୍ରତି ସାବଧାନ୍‌‌

ନୂଆଦିଲ୍ଲୀ: ମେ ମାସରେ ପ୍ରଚଣ୍ଡ ରୁଦ୍ରତାପ ଅନୁଭୂତ ହେଉଛି। ଦେଶର ଅନେକ ରାଜ୍ୟରେ ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷ କରି ଉତ୍ତର ଭାରତରେ ତାପମାତ୍ରା ଅତ୍ୟଧିକ ରହିଥିବାରୁ ଲୋକମାନେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇଛି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମି ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଆହୁରି ବୃଦ୍ଧି ପାଇବାକୁ ଯାଉଥିବାରୁ ‘ଲୁ’ ପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନ ଠାରୁ ହରିୟାଣା ଏବଂ ଉତ୍ତରପ୍ରଦେଶରୁ ପଞ୍ଜାବ ପର୍ଯ୍ୟନ୍ତ ସବୁ ସ୍ଥାନରେ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ମୁକ୍ତି ମିଳିପାରେ।
ରାଜଧାନୀ ଦିଲ୍ଲୀରେ ୪୭ଡିଗ୍ରୀ ତାପମାତ୍ରା ରହିଥିବାରୁ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଏଠାକାର ବାସିନ୍ଦା। ଆଗାମି ତିନି ଦିନ ପର୍ଯ୍ୟନ୍ତି ତାତିର ପ୍ରକୋପ ଏଭଳି ଜାରି ରହିବ। ଆଇଏମଡି ସୂଚନା ଅନୁସାରେ କେରଳର ଥିରୁବନନ୍ତପୁରମ୍‌‌, କୋଲାମ୍‌‌, ଏର୍ଣ୍ଣାକୁଲମ୍‌‌ ଆଦି ଅଂଚଳରେ ବର୍ଷା ହୋଇପାରେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories