ନୂଆଦିଲ୍ଲୀ: ସାଧାରଣତଃ ଏକ ସାଧାରଣ ବାଇକରେ ଦୁଇ କିମ୍ବା ତିନି ଜଣ ବସିପାରିବେ। କିନ୍ତୁ ଜଣେ ବ୍ୟକ୍ତି ଏମିତି ଏକ ବାଇକ୍ ବନାଇଛନ୍ତି , ଯେଉଁଥିରେ ୭ଜଣ ବସି ପାରୁଛନ୍ତି। ଏହି ବାଇକର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏହି ବାଇକର ଅଗ୍ରଭାଗ ସାଧାରଣ ବାଇକ ଭଳି ହୋଇଥିବା ବେଳେ ଏଥିରେ ଦୁଇଟି ଚକ ରହିଛି। ବାଇକରେ ଗୋଟିଏ ଲମ୍ବା ସିଟ୍ ରହିଛି। ଚକ ଦୁଇଟି ମଧ୍ୟରେ ଭାରସାମ୍ୟ ରକ୍ଷା ପାଇଁ ଦୁଇପଟରେ ଲମ୍ବା ରଡ଼ ରହିଛି। ଏହି ବାଇକରେ ୭ଜଣ ବସି ସହରରେ ବୁଲୁଥିବା ବେଳର ଭିଡିଓ ପ୍ରଘଟ ହେବା ପରେ ତାହାକୁ ୧୮ ଲକ୍ଷରୁ ଅଧିକ ବ୍ୟକ୍ତି ଦେଖିବା ସହ ବିଭିନ୍ନ ଟିପ୍ପଣୀ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଏହା ବାଇକ୍ ଟ୍ୟାକ୍ସି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଏହି ବାଇକରେ କାର୍ରୁ ଅଧିକ ବ୍ୟକ୍ତି ବସି ପାରୁଛନ୍ତି। ତେଣୁ ଏପରି ବାଇକ୍ ଅଧିକ ସଂଖ୍ୟାରେ ନିର୍ମାଣ କରାଯିବା ଉଚିତ୍।
Popular Categories



