www.samajalive.in
Saturday, December 6, 2025
17.1 C
Bhubaneswar

ରାତି​‌ରେ ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଲାଗିଲା ଭୂତ, ଚକିତ କରିବ ଭିଡିଓ

ନୂଆଦିଲ୍ଲୀ: କ’ଣ ଭୂତ ଅଛନ୍ତି ? ଏହାର ଉତ୍ତର ଖୋଜିଲେ ଆଜି ବି ତର୍କ ବିତର୍କ ହୁଏ। ଅନେକ ଲୋକ ଭୂତ-ପ୍ରେତ ଅଛନ୍ତି ବୋଲି ବିଶ୍ଵାସ କରୁଥିବାବେଳେ କିଛି ଲୋକ ଏହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରନ୍ତି। ଏବେ ବି ଗ୍ରାମାଞ୍ଚଳରେ ଏହା ଉପରେ ଅନେକ ବିତର୍କ ହୁଏ ଏବଂ ଗ୍ରାମବାସୀ ଏହାର ପ୍ରମାଣ ମଧ୍ୟ ଦିଅନ୍ତି, କିନ୍ତୁ ବିଜ୍ଞାନ ଭୂତ-ପ୍ରେତଙ୍କ ଉପରେ ବିଶ୍ଵାସ କରେ ନାହିଁ। କାରଣ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ତେବେ ବେଳେବେଳେ କିଛି ଭିଡିଓ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟ କରିଦିଏ। ଠିକ୍‌ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ନେଇ ଲୋକେ ଦାବି କରୁଛନ୍ତି ଯେ ଏହା ଆଉ କିଛି ନୁହେଁ ବରଂ ଭୂତ।

ଚଳନ୍ତା ଟ୍ରେନରେ ଲାଗିଲା ଭୂତ

- Advertisement -

ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଚଳନ୍ତା ଟ୍ରେନ୍‌ରେ ଦୁଇ ଜଣ ଝିଅଙ୍କ ଦେହରେ ଭୂତ ଲାଗୁଛି। ଭୂତ ଏମିତି ଆକ୍ରମଣ କରୁଛି ଯେ, ପାଖରେ ଥିବା ଲୋକେ ଏହା ଦେଖି ଚକିତ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯାକ ଝିଅ ନିଜ ନିୟନ୍ତ୍ରଣରେ ନାହାନ୍ତି। ଜଣେ ଝିଅ ଖୁବ୍‌ ଜୋର୍‌ରେ ତାଙ୍କ ମୁଣ୍ଡ ହଲାଉଛନ୍ତି ଏବଂ ଅନ୍ୟ ଜଣକ କାର୍ଯ୍ୟକଳାପ ମଧ୍ୟ ଠିକ୍‌ ସେମିତି ହିଁ କିଛି ରହିଛି। ଏହି ଦୃଶ୍ୟ ଦେଖି ଟ୍ରେନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯେ ଏସବୁ କ’ଣ ଘଟୁଛି? ତେବେ ଏହି ଭିଡିଓରେ କେତେ ସତ୍ୟତା ଅଛି ସେନେଇ କୌଣସି ସୂଚନା ନାହିଁ।

ଜଣେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଭିଡିଓ। ଆଉ ଜଣେ ଲେଖିଛନ୍ତି, ସାଧାରଣ ଯାତ୍ରୀମାନେ କେତେ ହଇରାଣ ହେଉଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଶୀଘ୍ର ପୁଲିସ ଓ ଟିଟିସିଙ୍କୁ ଡାକ, ତାଙ୍କ ଭୂତ ଛାଡ଼ିଯିବ। ଅନେକ ଲୋକ ଝିଅମାନଙ୍କୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ, ସେମାନେ ଲୋକଙ୍କୁ ଡରାଇବା ପାଇଁ ଏମିତି କରୁଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories