www.samajalive.in
Monday, December 15, 2025
16.1 C
Bhubaneswar

ଆଜିଠୁ ଆଇପିଏଲର ପ୍ଲେ ଅଫ୍‌‌ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯିବ। ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ଯେଉଁ ଟିମ୍‌‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍‌‌ ର ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ବହୁତ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚରେ କିଏ ବାଜି ମାରିବ ତାହାକୁ ନେଇ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍‌‌ ହେଡ୍‌‌, ଅଭିଶେଷ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ମଧ୍ୟ ପ୍ରଦର୍ଶନ ଚମତ୍କାର ରହିଛି। ଆଇପିଏଲ ପ୍ଲେ ଅଫ୍‌‌ ନିୟମ ଅନୁଯାୟୀ ଫାଇନାଲ ମୁକାବିଲା ପାଇଁ ୪ଟି ଟିମ୍‌‌ ମଧ୍ୟରେ କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ। ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଟିମ୍‌‌ କୋଲକାତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories