www.samajalive.in
Sunday, December 14, 2025
17.1 C
Bhubaneswar

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍ ; ଚାଟ୍ ରେ ଆପଣଙ୍କ ପସନ୍ଦରେ ମିଳିବ ଏସବୁ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍। ହ୍ୱାଟ୍ସଆପ୍ ନିକଟରେ ନିଜର ୟୁଆଇରେ କିଛି ପରିବର୍ତ୍ତନ କରିଛି। ଏହା ପରେ ବ୍ୟବହାରକାରୀଙ୍କୁ ଆଇଓଏସ ଓ ଆଣ୍ଡରଏଡ୍ ଉଭୟରେ ଗୋଟିଏ ପ୍ରକାରର ଅନୁଭବ ମିଳି ପାରୁଛି।
ଏହା ବ୍ୟତୀତ କମ୍ପାନୀ ନୂଆ ଡାର୍କ ମୋଡ୍ ଓ ଅନ୍ୟ ଫିଚର୍ ଯୋଡିଛି। ଏବେ ହ୍ୱାଟ୍ସଆପ ଏକ ବଡ ପରିବର୍ତ୍ତନ ଚାଟ୍ ବବଲର ରଙ୍ଗରେ କରିବାକୁ ଯାଉଛି।

ଏହି ଲକ୍ଷଣ ଦେଖାଯିବା ଦିଏ ଶରୀର ସୁସ୍ଥ ରହିବାର ସଙ୍କେତ..

- Advertisement -

ରିପୋର୍ଟ ଅନୁଯାୟୀ, ମେଟାର ଇନଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଲାଟଫର୍ମ ଏକ ନୂଆ ଥିମ୍ ଫିଚରରେ କାମ କରୁଛି। ଏହାର ସାହାଯ୍ୟରେ ଉପଭୋକ୍ତା ଚାଟ୍ ବବଲର ରଙ୍ଗକୁ ବଦଳାଇ ପାରିବେ। wabetainfo ଅନୁଯାୟୀ, ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ଚାଟ୍ ବବଲ ରଙ୍ଗକୁ ନେଇ ଫିଚର୍ ଯୋଡି ପାରିବ। ଉପଭୋକ୍ତାଙ୍କୁ ୫ଟି ରଙ୍ଗରେ ଚୟନ କରିବାକୁ ବିକଳ୍ପ ମିଳି ପାରିବ।
ରିପୋର୍ଟ ଅନୁଯାୟୀ, ଏହି ଫିଚର୍ ପରେ ଉପଭୋକ୍ତାଙ୍କୁ ଅଧିକ ପର୍ସନଲାଇଜ ଅନୁଭବ ମିଳିବ।
ଏହା ବ୍ୟତୀତ ଆପ୍ ଅନେକ ଫିଚର୍ ଉପରେ ମଧ୍ୟ କାମ କରୁଛି। ଖୁବ୍ ଶୀଘ୍ର ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅନ୍ୟ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନେବାରେ ମଧ୍ୟ ରୋକ୍ ଲଗାଇ ପାରିବ।
ଏହି ଫିଚର୍ ଉପରେ ଆପ୍ ଅନେକ ଦିନରୁ କାମ ଆରମ୍ଭ କରି ସାରିଛି। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦେଖି ଆପ୍ ପ୍ରୋଫାଇଲ୍ ଫିଚରର ସ୍କ୍ରିନସଟ୍ ଉପରେ ରୋକ ଲଗାଇବାକୁ ଯାଉଛି।
ହ୍ୱାଟ୍ସଆପ୍ ବର୍ଜନରେ ଏହି ଫିଚରକୁ ଦେଖାଯାଇଛି।
ହ୍ୱାଟ୍ସଆପ୍ ଗତ କିଛି ଦିନ ତଳେ ନିଜ ଆପରେ ମେଟା ଏଆଇର ଫିଚର୍ ଯୋଡି ସାରିଛି। ମାତ୍ର ଦେଶରେ ସମସ୍ତ ଉପଭୋକ୍ତାଙ୍କ ନିକଟରେ ଏହି ଫିଚର୍ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories