www.samajalive.in
Sunday, December 14, 2025
17.1 C
Bhubaneswar

ଆଧାର ସହ ଲିଙ୍କ୍‌ ଅଛି କି ଭୁଲ ଫୋନ୍ ନମ୍ବର, ଯିବାକୁ ପଡିବ ଜେଲ୍; ତୁରନ୍ତ ଏମିତି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ସାଧାରଣତଃ ଆଧାରକାର୍ଡ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍। ଯାହା ସବୁ ସ୍ଥାନରେ ବ୍ୟବହାର ହୋଇଥାଏ। ନୂଆ ଚାକିରୀ ହେଉ କିମ୍ବା ନୂଆ ସ୍କୁଲରେ ନାମ ଲେଖାଇବା ଅଥବା ଟ୍ରେନ୍ , ବିମାନ ଟିକେଟ୍ କିମ୍ବା କୌଣସି ସରକାରୀ ଏବଂ ବେସରକାରୀ କାମ ପାଇଁ ହେଉ ସବୁଠି ଲୋଡା ପଡେ ଆଧାର କାର୍ଡ। କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏହି ଆଧାର କାର୍ଡ ଆପଣଙ୍କୁ ଜେଲ ପଠାଇପାରେ। ହଁ ଆଜ୍ଞା ଯଦି ଆଧାର କାର୍ଡ ସହ ଭୁଲ ସିମ୍ କାର୍ଡ ନମ୍ବର ଲିଙ୍କ୍ ରହିଛି। ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବ। ଏପରି ପରିସ୍ଥିତିରେ, ଭୁଲ ସିମ୍ କାର୍ଡ ନମ୍ବର ଆପଣଙ୍କ ଆଧାର କାର୍ଡରେ ପଞ୍ଜିକୃତ ହୋଇଛି କି ନାହିଁ ଆଜି ହିଁ ଯାଞ୍ଚ କରନ୍ତୁ। ଯଦି ଆପଣ ନିଜ ଆଧାର କାର୍ଡରେ ଅନ୍ୟ କାହାରି ସିମ୍ କାର୍ଡ ନମ୍ବର ଦେଇଛନ୍ତି, ତେବେ ତୁରନ୍ତ ଅନଲାଇନ୍ ରେ ଏହାକୁ ବଦଳାନ୍ତୁ। ନଚେତ୍ ଆପଣଙ୍କୁ ଏହା ଅସୁବିଧାରେ ପକାଇବ। କାରଣ ଯଦି ଆଧାର ସହ ଲିଙ୍କ୍ ଥିବା ମୋବାଇଲ ନମ୍ବର ରେ କୌଣସି ଅପରାଧିକ କାର୍ଯ୍ୟକଳାପ ଘଟେ, ତେବେ ଆପଣଙ୍କୁ ଜେଲ୍ କିମ୍ବା ଜରିମାନା ଦେବାକୁ ପଡିବ।

 

- Advertisement -

 

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories