www.samajalive.in
Thursday, December 11, 2025
18.1 C
Bhubaneswar

ଆପ୍‌‌ ପାର୍ଥୀଙ୍କ ପଥପ୍ରାନ୍ତ ସଭା ଓ ରୋଡ ସୋ

ଆଠଗଡ଼: ଆଠଗଡ଼ର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରୁଥିବା ଆମ୍‌‌ ଆଦମୀ ପାର୍ଟିର ପ୍ରାର୍ଥୀ ଇଂ ଦେବୀ ପ୍ରସାଦ ମହାପାତ୍ର ନିଜର ସମର୍ଥକ ଓ ରାଜ୍ୟସ୍ତରୀୟ ନେତାମାନଙ୍କୁ ନେଇ ରୋଡ ସୋ କରିବା ସହିତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ। ଆଠଗଡ଼ ସହରର ରଥଗଡ଼ା ଛକଠାରୁ ବାହାରି ମୁଖ୍ୟରାସ୍ତା ଓ ବିଭିନ୍ନ ସାହି ବସ୍ତିରେ ଶୋଭାଯାତ୍ରା ପରିକ୍ରମା କରିବା ସମୟରେ ଦଳର ନେତୃବୃନ୍ଦ ଓ ପ୍ରାର୍ଥୀ ଶ୍ରୀ ମହାପାତ୍ର ଆମ୍‌‌ ଆଦମୀ ପାର୍ଟିର ଲକ୍ଷ୍ୟ ଓ ବିଚାରଧାରା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ। ଦିଲ୍ଲୀ ଓ ପଞ୍ଜାବ ଭଳି ଆପ୍‌‌ ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ଉନ୍ନତି ଆଣିବା ଏବଂ ରାଜ୍ୟକୁ ସବୁକ୍ଷେତ୍ରରେ ବିକଶିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି ବୋଲି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, କଟକ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପରିଡ଼ା ଓ ପ୍ରାର୍ଥୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ସେମାନେ ଉଭୟ ବିଜେପି ଓ ବିଜେଡି ଦଳକୁ ତୀବ୍ର ସମାଲୋଚନା କରି ଆପକୁ ଥରେ ସୁଯୋଗ ଦିଅନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories