www.samajalive.in
Saturday, December 13, 2025
27.1 C
Bhubaneswar

ଯାଞ୍ଚ ବେଳେ ବିଦେଶୀ ମଦ ଜବତ

ଆଠଗଡ଼: ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଏବଂ ନିର୍ବାଚନରେ ଟଙ୍କା ଓ ବିଭିନ୍ନ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟରେ ରୋକ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଠଗଡ଼ ପାଇଁ ନିଯୁକ୍ତ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଲୟମ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଏସଟି ଦଳ ଗୁରୁଡ଼ିଝାଟିଆ ଅଞ୍ଚଳରେ ଯାଞ୍ଚ କରୁଥିବାବେଳେ ଏକ କାରରୁ ୩ ପେଟି ବିଦେଶୀ ମଦ ଜବତ କରିଥିଲେ। ଏକ ସ୍କୋଡା କାରରେ ୩ଟି ପେଟିରେ ନଂ୧ ରମ୍‌‌ ଚାଲାଣ କରାଯାଉଥିବାବେଳେ ଏସଏସଟି ଦଳର ମାଜିଷ୍ଟେଟ ପ୍ରୀତିଶ୍ରୀ ନାୟକ ଓ ଗୁରୁଡ଼ିଝାଟିଆ ପୁଲିସ ଏଏସଆଇ ବି ଦାସ ଓ ଅନ୍ୟମାନେ ଜବତ କରିଥିବା ଜଣାପଡ଼ିଛି। ଜବତ ମଦର ଆନୁମାନିକ ମୂଲ୍ୟ ୨୫ ହଜାର ୯୦୦ଟଙ୍କା ହେବ ବୋଲି ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଷଡଙ୍ଗୀଙ୍କ ସୁତ୍ରରୁ ପ୍ରକାଶ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories