www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଚାର ବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ

ଆଠଗଡ଼: ଆଠଗଡ଼ ସହରର କନ୍ତୋଲଠାରେ ମଙ୍ଗଳବାର ଅପରାହ୍ନରେ ପ୍ରଚାର କରୁଥିବାବେଳେ ଉଭୟ ବିଜେଡି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହେବା ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କନ୍ତୋଲ କଇଁଆ ଛକ ନିକଟରେ ବିଜେପି ପ୍ରଚାର ଗାଡି ଓ ଶୋଭାଯାତ୍ରା ଆସୁଥିବାବେଳେ ବିପରୀତ ଦିଗରୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ଆସିବା ସମୟରେ ପରସ୍ପର ମୁହାଁମୁହିଁ ଓ ଠେଲାପେଲା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ ତୁରନ୍ତ ପଦକ୍ଷେପ ନେଇ ଘଟଣା ଅଧିକ ଘଟିବା ପୂର୍ବରୁ ଉଭୟ ପକ୍ଷର କର୍ମୀଙ୍କୁ ନିୟନ୍ତ୍ରଣ କରିଦେଇଥିଲେ। ତେବେ କନ୍ତୋଲ ସମେତ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅନୁରୂପ ଭାବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ପୁଲିସ ତୀକ୍ଷ୍ମ ନଜର ରଖିଛି ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories