ସଡକ ଦୁର୍ଘଟଣା​ରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ରାମ୍ଭିକଟା ନିକଟରେ ମଙ୍ଗଳବାର ଏକ ଅଜଣାଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ସହର ଖଲିଆବଗିଚା ଅଂଚଳର ମନୋଜ ପଟ୍ଟନାୟକ ନାମକ ଜଣେ ଯୁବକ ଏକ ବାଇକ ଯୋଗେ କୌଣସି କାମରେ ରାମ୍ଭିକଟା ଯାଉଥିବା ସମୟରେ ରାମ୍ଭିକଟା ଛକନିକଟରେ ତାଙ୍କୁ ଏକ ଅଜଣାଗାଡି ଧକ୍କା ଦେଇଥିଲା। ଫଳରେ ମନୋଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଛି । ସେହିପରି ଆଜି ମଧ୍ୟାହ୍ନରେ ୫୭ନଂ ଜାତୀୟରାଜପଥ ପୁରୁଣାକଟକ ଥାନା ଡିଗସିରା ନିକଟରେ ସିଜି୦୪ପିଏସ ୯୦୧୧ଏକ କାରକୁ ଓଡି୨୭ଏ୭୬୨୫ ଏକ ବାଇକ ଅତିକ୍ରମ କରୁଥିବା ସମୟରେ ବାଇକଟି ଦୁର୍ଘଟଣା ଗ୍ରସ୍ଥ ହୋଇତିଲା। ଏଥିରେ ବାଇକ ଚାଳକ ଫୁଲଝରି ଗ୍ରାମର ବାଦଲ ବେହେରା ଗୁରୁତର ଆହତ ହେବା ସହ ତାଙ୍କ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ଖବର ପାଇ ହରଭଙ୍ଗା ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Comments are closed.