ଦୁଷ୍କର୍ମୀମାନଙ୍କୁ ନିପାତ କରୁଥିବା ନଜର ଆସିଲେ ଜୟା ପ୍ରଦା, ଆସିଲା ‘ଫାତିମା’ ଟ୍ରେଲର

ମୁମ୍ବଇ: ବଲିଉଡ଼ର ବରିଷ୍ଠ ଅଭିନେତ୍ରୀ ଜୟା ପ୍ରଦାଙ୍କ ଓ୍ବେବ୍‌ ସିରିଜ୍‌ ‘ଫାତିମା’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲରରେ ଜୟା ପ୍ରଦା ଜଣେ ଦୃଢ ପରିକରବଦ୍ଧ ମାଆ ଭୂମିକାରେ ନଜର ଆସିଛନ୍ତି। ସିରିଜ୍‌ରେ ସେ ଫାତିମା ଭୂମିକାରେ ଅଭିନୟ କରିଛନ୍ତି, ଯିଏ ନିଜ ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେଉଛନ୍ତି। ଝିଅ ପ୍ରତି ହୋଇଥିବା ଅତ୍ୟାଚାରର ନ୍ୟାୟ ନ ପାଇବାରୁ ସେ ବେଆଇନ ରାସ୍ତା ଆପଣାଉଛନ୍ତି। ସଞ୍ଜୀବ ରାୟ ନିର୍ଦେଶିତ ‘ଫାତିମା’ ମେ’ ୨୩ରୁ ୟୁଟ୍ୟୁବରେ ପ୍ରସାରିତ ହେବ।

ଦୀର୍ଘ ଦିନ ପରେ ଅଭିନେତ୍ରୀ ଜୟା ପ୍ରଦା କୌଣସି ପ୍ରୋଜେକ୍ଟରେ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହା ଜୟାଙ୍କ କ୍ୟାରିୟରର ପ୍ରଥମ ଓ୍ବେବ୍‌ ସିରିଜ୍‌। ତାଙ୍କ ସହ ଏଥିରେ ହିତେନ ତେଜଓ୍ବାନୀ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comments are closed.