ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଅଞ୍ଚଳରେ ଜଣେ ଯୁବକଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ଧନୁପାଲି ପୁଲିସର ସୂଚନାନୁଯାୟୀ, ଗୌରପଡ଼ା ଧନୁପାଲି ନିବାସୀ ବିଜୟ ନାୟକଙ୍କ ପୁତ୍ର ସଞ୍ଜୟ (୨୨) ଙ୍କୁ ଅଞ୍ଚଳର ନିକଟସ୍ଥ ନଦୀ ପଠାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯିବା ପରେ ହତ୍ୟାକାରୀମାନେ ଫେରାର ମାରିଛନ୍ତି। ହତ୍ୟାକାଣ୍ଡ ଘଟଣାଟି ଦିନ ବେଳା ହୋଇଥିବା ବେଳେ ମୃତକଙ୍କ ଶବ ଘଟଣାସ୍ଥଳରେ ଅନେକ ସମୟ ଧରି ପଡ଼ି ରହିଥିଲା। ଦିନ ପ୍ରାୟ ୧ଟା ସମୟରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ଦେଖିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସମ୍ପର୍କରେ ଧନୁପାଲି ପୁଲିସ ଅନୁଯାୟୀ, ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ହତ୍ୟାକାଣ୍ଡ ଘଟଣାର କାରଣ, କିଏ ହତ୍ୟାକାରୀ ଆଦି ବିଭିନ୍ନ ବିଷୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Comments are closed.