www.samajalive.in
Saturday, December 6, 2025
16.1 C
Bhubaneswar

ଚୋପା ଛଡ଼ାଇ ଖାଉଛନ୍ତି କି ଭଜା ବୁଟ?

ସମାଜ ଡିଜିଟାଲ ଡେସ୍କ: ଭଜା ବୁଟ ଖାଇବାକୁ ଅନେକେ ପସନ୍ଦ କରନ୍ତି। ସକାଳ, ସନ୍ଧ୍ୟାରେ ଏହା ଏକ ଭଲ ଜଳଖିଆ ହୋଇଥାଏ। ଭଜାବୁଟ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। ଏଥିରେ ପ୍ରଚୁର ପ୍ରୋଟିନ୍‌ ସହ ଫୋଲେଟ୍‌, ଆଇରନ୍‌, କ୍ୟାଲସିୟମ, ପଟାସିୟମ ଏବଂ ତନ୍ତୁ ବା ଫାଇବର ମଧ୍ୟ ରହିଥାଏ। ତେବେ ଅନେକ ଲୋକ ବୁଟ ଖାଇବା ବେଳେ ଏହାର ଚୋପା ଫିଙ୍ଗି ଦେଇଥାନ୍ତି। ଅସଲରେ, ଭଜାବୁଟ ଚୋପାର ମଧ୍ୟ ବହୁ ଚମତ୍କାରୀ ଗୁଣ ରହିଛି।

-ଭଜାବୁଟ ଚୋପା ସହ ଖାଇଲେ ଏହା ପେଟ ପୂରି ରହିଥିବାର ଅନୁଭବ ଦିଏ ଏବଂ ଖୁବ୍‌ ଶୀଘ୍ର ଓଜନ ହ୍ରାସରେ ସହାୟକ ହୋଇଥାଏ।
-ଚୋପା ସହିତ ଭଜାବୁଟ ଖାଇବା ହୃଦ୍‌ଯନ୍ତ୍ର ପାଇଁ ମଧ୍ୟ ଉପକାରୀ।
-ଏଭଳି ବୁଟ ଖାଇବା ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଭଲ। ଏଥିରେ ଥିବା ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ।
-ଏଥିରେ ଲୌହ ପରିମାଣ ଅଧିକ ଥିବାରୁ ଶରୀରର ରକ୍ତ ଅଭାବ ସମସ୍ୟା ମଧ୍ୟ ଦୂର କରିପାରେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories