ୱାଶିଂଟନ: ବୈଜ୍ଞାନିକମାନେ ୮ବର୍ଷ ପୂର୍ବେ ମହାକାଶରେ ଏକ ରହସ୍ୟମୟ ଜିନିଷ ଠାବ କରିଥିଲେ। ଯାହା ପୃଥିବୀ ସହିତ ସୂର୍ଯ୍ୟଙ୍କ ଚାରିପଟେ ମଧ୍ୟ ଘୂରି ବୁଲୁଥିଲା। ଏହି ରହସ୍ୟ ଉପରୁ ପରଦା ହଠାଇବା ସହ ଏହି କ୍ଷୁଦ୍ରଗ୍ରହ ସମ୍ପର୍କରେ ଅଧିକ ସନ୍ଧାନ ପାଇଛନ୍ତି ବୈଜ୍ଞାନିକ। ଜ୍ୟୋତିର୍ବିଜ୍ଞାନୀ ମାନେ ବିଶ୍ୱାସ କରୁଛନ୍ତି ଯେ ଚନ୍ଦ୍ରର ଏହା ଏକ ଅଂଶ ହୋଇପାରେ। କେବଳ ଏତିକି ନୁହେଁ ଯେଉଁ ସ୍ଥାନରୁ କ୍ଷୁଦ୍ର ଗ୍ରହଟି ଅଲଗା ହୋଇ ବାହାରକୁ ଆସିଛି ସେହି ସ୍ଥାନକୁ ମଧ୍ୟ ଠାବ କରାଯାଇଛି। ବର୍ତ୍ତମାନ ଏହି କ୍ଷୁଦ୍ର ଖଣ୍ଡକୁ ମିନି ମୁନ୍ ବୋଲି କୁହାଯାଉଛି। ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ଏପ୍ରିଲ୍ ୧୯ରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୃଥିବୀ ନିକଟର ରହିଥିବା ଏହି କ୍ଷୁଦ୍ରଗ୍ରହ ମହାକାଶରେ ଚନ୍ଦ୍ର ସହିତ ଏକ ପଥରର ଧକ୍କା ହେତୁ କାମୋଲେୱା ସୃଷ୍ଟି ହୋଇଥାଇପାରେ।
ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ କାମୋଲେୱା ଠାରୁ ପ୍ରତିଫଳିତ ହେଉଥିବା ଆଲୋକ ଚନ୍ଦ୍ରରେ ନଷ୍ଟ ହୋଇଥିବା ଚନ୍ଦ୍ର ପଥର ସହିତ ମେଳ ଖାଉଛି। ଏହାର ଆକାର, ବୟସ ଆଦି ୨୨କିଲୋମିଟର ଚଉଡା ଜିଆର୍ଡାନୋ ବ୍ରୁନୋ କ୍ରେଟର ସହିତ ମିଶିଯାଉଛି। ଯାହା ଚନ୍ଦ୍ର ଠାରୁ ଦୂରରେ ଅବସ୍ଥିତ। ଚୀନ୍ ୨୦୨୫ରେ ଏହି କ୍ଷୁଦ୍ରଗ୍ରହକୁ ଏକ ସ୍ପେସ୍ ମିଶନ୍ ପଠାଇ ନମୁନା ଆଣିବାକୁ ଯୋଜନା କରୁଛି।
ମିନି ମୁନ୍ ର ଖୋଲିଲା ରହସ୍ୟ
Popular Categories



