www.samajalive.in
Tuesday, December 9, 2025
16.1 C
Bhubaneswar

ଭୁବନେଶ୍ବର କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଦିନକୁ ୩୦୦୦ରୁ ଅଧିକ କୋଭିଡ୍‌ ଟେଷ୍ଟ ପାଇଁ ଦେଲେ ନିର୍ଦେଶ

ଭୁବନେଶ୍ବର: ରାଜଧାନୀରେ ଗତ କିଛି ଦିନ ହେବ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ରାଜଧାନୀକୁ କିଭଳି କରୋନାମୁକ୍ତ କରାଯିବ ଏବଂ ଦ୍ବିତୀୟ କରୋନା ଲହରକୁ ପ୍ରତିହତ କରାଯିବ ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ବରରେ ଆଜି ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୩୭୯ ଜଣ ଓ ଏପ୍ରିଲ ୧୪ତାରିଖରେ ୩୦୭ ଜଣ ସଂକ୍ରମିତ ହୋଇଥିଲେ। ରାଜଧାନୀରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି। ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ପ୍ରତିଦିନ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟଶାସନ ସଚିବ ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର ମହାନଗର ଅଞ୍ଚଳରେ ଦୈନିକ ୩୦୦୦ରୁ ଅଧିକ କୋଭିଡ୍‌ ଟେଷ୍ଟ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି।
ଭୁବନେଶ୍ବରରେ ହୋମ୍‌ ଆଇସୋଲେସନ୍‌ କେସ୍‌ ପାଇଁ ୩୩ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌କୁ ନିୟୋଜିତ କରାଯାଇଥିବାବେଳେ କୋଭିଡ୍‌ ସଂକ୍ରାନ୍ତ ସୂଚନା ପାଇବା ପାଇଁ ୧୯୨୯ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ସହିତ ଦିନକୁ ଅତିକମରେ ଥରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପଚାରି ବୁଝିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

- Advertisement -

ଆଜି ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ବରରେ ୧୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୬୬ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌  ରହିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦କୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ୩୨ ହଜାର ୬୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ବିଭିନ୍ନ ହସ୍‌ପିଟାଲ୍‌ରେ ୧୯୮୧ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଜାଗମରା କଳ୍ପନା ଛକ, ପାତ୍ର ପଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories