www.samajalive.in
Sunday, December 7, 2025
26.1 C
Bhubaneswar

ବରେଇପାଲିର ହତ୍ୟାକାଣ୍ଡ ଘଟଣା, ୩ ଗିରଫ

ସମ୍ବଲପୁର: ସ୍ଥାନୀୟ ବରେଇପାଲିର ମଖନାପଡା ନିବାସୀ ରାଜକୁମାର ପ୍ରଧାନଙ୍କ ପୁତ୍ର ରୋସନ ଓରଫ ପପୁନର ହତ୍ୟାକାଣ୍ଡ ଘଟଣାରେ ଅଇଁଠାପାଲି ପୁଲିସ ଜଣେ ନାବାଳକଙ୍କ ସମେତ ସମୁଦାୟ ୪ ଜଣ ଅଭିଯୁକ୍ତଙ୍କୁ ଧରିଛି। ସଦର ଏସଡିପିଓ ତପନ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ, ଗତ ସୋମବାର ମଖନାପଡା ନିବାସୀ ସୁରୁଚୀ ପ୍ରଧାନ ତାଙ୍କର ପୁତ୍ର ରୋସନ (୨୫) ରବିବାର ଠାରୁ ଘରକୁ ଫେରି ନ ଥିବାର ଅଭିଯୋଗ ଅଇଁଠାପାଲି ଥାନାରେ କରିଥିଲେ। ପ୍ରାୟ ରାତ୍ରି ୮ଟା ପର୍ଯ୍ୟନ୍ତ ଫେରିଆସୁଥିବା ରୋସନ ଘରକୁ ଫେରି ନ ଥିବାରୁ ତାଙ୍କର ମାଁ ଅନେକ ଖୋଜାଖୋଜି ପରେ ଥାନାରେ ଅଭିଯୋଗ କରିଥିଲେ। ତେବେ ସେ ଅଭିଯୋଗ କରିବାରୁ କିଛି ସମୟ ପରେ ବରେଇପାଲି ଛକ ସ୍ଥିତ ଏକ କିରାନା ଦୋକାନର ପଛ ପାର୍ଶ୍ବରେ ରହିଥିବା ପରିତ୍ୟକ୍ତ ଗଳିରୁ ରୋଶନର ମୃତଦେହ ଉଦ୍ଧାର କରାଯାଇଥିଲା।

ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରତିତ ହେବାରୁ ମାମଲା ନଂ ୧୮୪/୨୦୨୧ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗ ଦ୍ୱାରା ଅନ୍ତିମ ସଂସ୍କାର କରାଯାଇଥିଲା। ଏହା ପରେ ତୁରନ୍ତ ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ୩ଟି ସ୍ୱତନ୍ତ୍ର ଦଳ ବିଭିନ୍ନ ସୁତ୍ରରୁ ସୂଚନା ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଅଭିଯାନ କରିଥିଲେ। ତଦନ୍ତ ସମୟରେ ଏହି ଭୟଙ୍କର ଓ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପଡୋଶୀ ଜିଲାରୁ ବରେଇପାଲି ନିବାସୀ ଶିବନାଥ ଓରାମ (୨୪), ରାନୀବଗିଚା (ବରେଇପାଲି) ନିବାସୀ ବିକାଶ ମୁଣ୍ଡା (୧୯), କରମଟୁଲି ନିବାସୀ କୁନୁ ବାଗ (୨୯) ଏବଂ ଜଣେ ନାବାଳକଙ୍କୁ ଧରିଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତ ଲଗା ଛୁରୀ ଓ ବାଡି ଜବତ କରିଛି। ତେବେ ହତ୍ୟାର କାରଣ ପୁଲିସ ସ୍ପଷ୍ଟ କରି ନ ଥିବା ବେଳେ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଏଥି ପଛରେ ପ୍ରେମ ଜନିତ ସର୍ମ୍ପକ ରହିଥିବାର କୁହାଯାଉଛି। ଶୁକ୍ରବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

- Advertisement -

ସୁଚନାଯୋଗ୍ୟ ଯେ, ବ୍ୟସ୍ତବହୁଳ ବରେଇପାଲି ଛକ ସଂଲଗ୍ନ ଏକ ଦୋକାନ ପଛରେ ଥିବା ପରିତ୍ୟକ୍ତ ଗଳି ମଧ୍ୟରୁ ନିଖୋଜ ଥିବା ମଖନାପଡା ନିବାସୀ ପୁପୁନ ପ୍ରଧାନଙ୍କ କ୍ଷତାକ୍ତ ଶବ ଅଖା ବସ୍ତା ମଧ୍ୟରେ ଭର୍ତ୍ତି କରାଯାଇଥିବା ଅବସ୍ଥାରେ ମିଳିଥିଲା। ଦୋକାନ ପଛରେ ରହିଥିବା ପରିତ୍ୟକ୍ତ ଗଳିରୁ ସୋମବାର ସନ୍ଧ୍ୟାରେ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସେହି ସମୟରେ ଛକରେ ଚେକିଂରେ ବ୍ୟସ୍ତ ପୁଲିସ କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଦେଖିବାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଅଖା ବସ୍ତା ଓ ଜରି ମଧ୍ୟରେ ରହିଥିବାର ଦେଖିବାକୁ ପାଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories