www.samajalive.in
Sunday, December 7, 2025
26.1 C
Bhubaneswar

ବେଗୁନିଆରେ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ବିଦ୍ୟୁତସେବା ଏବେ ଜନସାଧାରଣଙ୍କ ଜୀବନଯାତ୍ରା ଓ ଜୀବିକା ନିର୍ବାହ କ୍ଷେତ୍ରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବାରମ୍ବାର ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ ହେବ ନାହିଁ ଏବଂ ଅନବରତ ବିଦ୍ୟୁତ ସେବା ଯୋଗାଇ ଦେବାପାଇଁ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । ବାସ୍ତବ କ୍ଷେତ୍ରରେ ସେବା ପାଇବା ପାଇଁ କେତେ ବିଭ୍ରାଟ, ଅସୁବିଧା ତାହା ଆଜିଦିନରେ ଉପଭୋକ୍ତାମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।

ଗତ ଜୁନ ୧ ତାରିଖରୁ ବିଦ୍ୟୁତ ସେବାକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟା ପାୱାର ଦାଇତ୍ୱ ନେବା ପରେ ବିଦ୍ୟୁତ ଉପଭୋକ୍ତାମାନେ ସେବା ପାଇବା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ବର୍ତମାନ ବିଦ୍ୟୁତ ଶକ୍ତି ସଞ୍ଚୟ ପାଇଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଏମିତି କୌଣସି ଦିନ ନାହିଁ କେଉଁଦିନ ସକାଳୁ ବିନା ସୂଚନାରେ ବେଗୁନିଆ ଉପଖଣ୍ଡ ଅଧିନସ୍ଥ ୪ ଟି ସେକ୍ସନରେ ସକାଳୁ ରାତି ଭିତରେ ୧୦ଥର ବିଦ୍ୟୁତ କାଟ ହୋଇନାହିଁ । ଗ୍ରାମାଞ୍ଚଳର ଅବସ୍ଥା ନ କହିବା ଭଲ । ଚାଷୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ୟ୍ୟନ୍ତ, ସ୍କୁଲ ଠାରୁ ଆରମ୍ଭ କରି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପର୍ୟ୍ୟନ୍ତ ସବୁସ୍ତରରେ ଜନସାଧରଣ ପ୍ରଭାବିତ ।

- Advertisement -

ଏବେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏବଂ ବିଭିନ୍ନ ଜାଗାରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ସକାଳୁ ସକାଳୁ ବିଦ୍ୟୁତ କାଟ ଜନସାଧାରଣଙ୍କ ପାଣି ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି। ବିଦ୍ୟୁତ ସେବାର ସ୍ବେଚ୍ଛାଚାରିତା ଓ ଗ୍ରାହକ ଶୋଷଣ ବନ୍ଦ କରିବା ପାଇଁ ଅବିଳମ୍ବେ ଟାଟା ପାୱାରକୁ ହଟାଇ ସରକାର ତୁରନ୍ତ ବିଦ୍ୟୁତ ବୋର୍ଡ଼ର ଘରୋଇକରଣକୁ ବାତିଲ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସରକାର କମ୍ପାନୀମାନଙ୍କ ସ୍ୱାର୍ଥରେ ଆଇନ ପ୍ରଣୟନ କରି ସାଧାରଣ ଉପଭୋକ୍ତାଙ୍କୁ ଆର୍ଥିକ ଶୋଷଣ ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ତା ବିରୁଦ୍ଧରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories