www.samajalive.in
Tuesday, December 9, 2025
15.1 C
Bhubaneswar

ବୌଦ୍ଧରୁ ଚର୍ତୁଥ ଥର ପାଇଁ ପୁରୀ ଯିବ ୭୦୧ଖଣ୍ଡ ରଥକାଠ, ବନ ଦୂର୍ଗାଙ୍କଠାରେ ପୂଜାର୍ଚ୍ଚନା ପରେ ମାଧପୁର ରେଞ୍ଜରୁ ଅନୁକୂଳ ହେଲା ରଥକାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥନିର୍ମାଣ ପାଇଁ ମଙ୍ଗଳବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ ଜଙ୍ଗଲରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ଏହି ପରୀପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାଅପଙ୍କ ନେତୃତ୍ୱରେ ରଥ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇଙ୍କ ୩ଜଣିଆ ଟିମ ନାଗିମାଳ ଧରି ବୌଦ୍ଧ ପହଞ୍ଚିଥିଲେ। ଆଜି ସକାଳେ ମହାପ୍ରଭୂଙ୍କ ନାଗିମାଳକୁ ରିତିନୀତି ଅନୁସାରେ ମାଧପୁରସ୍ଥିତ ବନଦୂର୍ଗା ମନ୍ଦିରରେ ହୋମଯଜ୍ଞ, ପୂଜର୍ଚ୍ଚନା କରାଯାଇଥିଲା। ପରେ ମାଧପୁର ରେଞ୍ଜର କରଡାକୋଠା ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ-୨ରୁ ଚିହ୍ନଟ ହୋଇଥିବା ୨୦ଫୁଟିଆ ଅସନ ଗଛକୁ ପୂଜାର୍ଚ୍ଚନା କରାଯାଇ ଗଛକଟା ଯାଇ ଚଳିତବର୍ଷ ରଥକାଠ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ଭଳି ଏକ ମହତ୍‍ କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନର ୩ଜଣିଆ ଟିମ ସହିତ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ସୌମ୍ୟରଂଜନ ଗୋଇଛାୟତ, ଜିତେନ୍ଦ୍ର କୁମାର ବେହେରା, ମାଧପୁର ରେଞ୍ଜ ଅଫିସର ସରୋଜ କୁମାର ମିଶ୍ର, ପୁରୁଣାକଟକ ରେଞ୍ଜ ଅଫିସର ନିହାର ରଂଜନ ମଲ୍ଲିକ, କଂଟାମାଳ ରେଞ୍ଜ ଅଫିସର କ୍ଷୀରାଦୀ ପ୍ରଧାନ, ମନମୁଣ୍ଡା ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ, ବୌଦ୍ଧ ରେଞ୍ଜ ଅଫିସର ପ୍ରଦୀପ ବେହେରା, ପ୍ରବୀର ଦାସ, ବନପାଳ ସ୍ୱାଧିନ ସାମଲ, ଅରୁଣ ପାଣ୍ଡେ, ଏମ.ପ୍ରସାଦ ରାଓ, ସଂଜୟ ଦନ୍ତା, ବନରକ୍ଷୀ ସତିଶ୍‍ ରଂଜନ କମ୍ପ, ଓମ ପ୍ରକାଶ ଦନାୟକ, ପ୍ରଶାନ୍ତ କୁମାର ସେଠୀ, ସୁବାଷିନୀ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲଥିଲେ।

- Advertisement -

ସୂଚନା ଥାଉ କି, ଚଳିତବର୍ଷ ଚର୍ତୁଥ ଥର ପାଇଁ ବୌଦ୍ଧରୁ ୭୦୧ଖଣ୍ଡ ରଥକାଠ ପୁରୀ ପଠାଯିବ ବୋଲି ସ୍ଥିର ହୋଇଛି। ବୌଦ୍ଧ ବନଖଣ୍ଡରୁ ୨୦୧୮ରେ ପ୍ରଥମଥର ୨୫୬ଖଣ୍ଡ, ୨୦୧୯ରେ ଦ୍ବିତୀୟଥର ୨୪୮ଖଣ୍ଡ ଏବଂ ୨୦୨୦ରେ ତୃତୀୟ ଥର ପାଇଁ ୩୪୫ଖଣ୍ଡ ରଥକାଠ ପୂରୀକୁ ରଥନିର୍ମାଣ ପାଇଁ ପଠାଯାଇଥିଲା। ଚଳିତବର୍ଷ ୨୦୨୧ରେ ଚର୍ତୁଥଥର ପାଇଁ ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପାଢେଳ, ସୁବର୍ଣ୍ଣଗିରି, ମୁଣ୍ଡେଶ୍ୱର, ହାତୀଧରା, କରଡାକୋଠା ସଂରକ୍ଷିତ ଜଙ୍ଗଲରୁ ଅସନ ୨୭୦ଖଣ୍ଡ, ଧଉରା ୩୨୪ଖଣ୍ଡ, ଫାଶୀ ୭ଖଣ୍ଡ, ମଇ ୪୦ଖଣ୍ଡ, ସିମିଳି ୨୦ଖଣ୍ଡ, ରାଇ ୨୦ଖଣ୍ଡ ଏବଂ ବହ୍ଲା ୨୦ଖଣ୍ଡ ଭଳି ବିଭିନ୍ନ ପ୍ରଜାତିର ସମୁଦାୟ ୭୦୧ କଣ୍ଡ ରଥକାଠ ପୁରୀ ପଠାଯିବ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି।ବିଶେଷକରି ବୌଦ୍ଧ ବନଖଣ୍ଡ ଅଧିକାରୀଭାବେ ତାଙ୍କ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଚର୍ତୁଥଥର ପାଇଁ ରଥ କାଠ ବୌଦ୍ଧରୁ ପୁରୀ ଯାଉଥିବାରୁ ଏହା ବୌଦ୍ଧ ଜିଲ୍ଲାବସୀଙ୍କ ପାଇଁ ସୌଭାଗ୍ୟର ବିଷୟ। ଏଭଳି ସୁଯୋଗ କେବଳ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories