www.samajalive.in
Sunday, December 7, 2025
26.1 C
Bhubaneswar

ଲାଞ୍ଜିଗଡରେ ମାଓ ପୋଷ୍ଟର, ଟାରଗେଟରେ ଠିକାଦାର ଓ ରାଜନେତା

ଲାଞ୍ଜିଗଡ଼: ଦୀର୍ଘଦିନର ନିରବତା ପରେ ପୁଣି ଲାଞ୍ଜିଗଡରେ ଉପସ୍ଥିତି ଜାହିର କରିଛି ଲାଲବାହିନି। ପୁର୍ବରୁ ଲାଞ୍ଜିଗଡର ବିଭିନ୍ନ ଅଞ୍ଚଳରେ ଠିକାଦାର, କୁଜିନେତା ଓ ରାଜନେତାମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନି ଦେଉଥିବା ବେଳେ ଆଜି ସକାଳୁ ଲାଞ୍ଜିଗଡ ଅଞ୍ଚଳରେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏଥର ଟାରଗେଟରେ ଅଛନ୍ତି ଅଞ୍ଚଳର ଜଣାଶୁଣା ୪ ଠିକାଦାର ଓ ରାଜନେତା। ଆଜି ସକାଳୁ ଲାଞ୍ଜିଗଡର ଜନଗହଳି ପୁର୍ଣ୍ଣ ବେଦାନ୍ତ କମ୍ପାନୀ ମେନଗେଟ ନିକଟରେ ଓ ବସନ୍ତପଡା ଠାରେ ଅନେକ ପୋଷ୍ଟର ଦେଖିବାକୁ ମିଳିଛି।

- Advertisement -

ପୋଷ୍ଟରରେ ଲାଞ୍ଜିଗଡର ଜଣାଶୁଣା ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ବିଜେଡି ଦଳର ସକ୍ରିୟ ସଦସ୍ୟ ଶ୍ରୀଧର ପେସନିଆ, ଠିକାଦାର ବସନ୍ତପଡାର ରାଜେନ୍ଦ୍ର ମାଳି, ଚାଞ୍ଚେର ମାଝୀ, ରେଙ୍ଗୋପାଲ୍ଲୀର ସୁବାଷ ନାଏକ। ଏହି ୪ ଜଣ ଅଞ୍ଚଳରେ ଅନେକ ଅନ୍ୟାୟ ଓ ଅତ୍ୟାଚାର କରିବା ପୋଷ୍ଟରରେ ଉଲ୍ଲେଖ ଥିବା ବେଳେ ଶ୍ରମିକମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ସବୁ ଅନ୍ୟାୟ ଅତ୍ୟାଚାର ବନ୍ଦ ନକଲେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନି ଦିଆଯାଇଛି। ଏହି ପୋଷ୍ଟର ଦେଖିବା ପରେ ଲାଞ୍ଜିଗଡ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏ ଯାଏଁ ପୁଲିସ ପକ୍ଷରୁ ପୋଷ୍ଟରକୁ ଜବତ କରାଯାଇନଥିବା ଜଣାପଡିଛି। ଏହି ପୋଷ୍ଟର ଘୁମସର ବଶଂଧାରା ନାଗାବଳି ଡିଭିଜନର ମାଓନେତା ଉମାକାନ୍ତଙ୍କ ଦ୍ୱାରା ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories