ବନ୍ଧୁତ୍ୱର ନିଦର୍ଶନ, ବାଲି ଓ ପଥର ଉପରେ ଲେଖିଥିବା କଥା କାହାଣୀରୁ ଶିକ୍ଷା

0

ଏକଦା ଦୁଇ ଜଣ ବନ୍ଧୁ ବୁଲିବାକୁ ଯାଉଥିଲେ । ବାଟରେ ଯିବା ସମୟରେ ଉଭୟ ପରସ୍ପର ମଧ୍ୟରେ କତାବର୍ତ୍ତା ହୋଇ ଯାଉଥିଲେ । ଏତିକି ବେଳେ ଜଣେ ବନ୍ଧୁ ଅନ୍ୟ ଜଣଙ୍କୁ ଚାପୁଡା ମାରିଲା। ଚାପୁଡା ଖାଇଥିବା ବନ୍ଧୁ ଜଣଙ୍କ ଦୁଃଖ ତ କଲା କିନ୍ତୁ ଏହାର ପ୍ରତିତ୍ତୋର ଦେଲା ନାହିଁ । ସାଙ୍ଗେସାଙ୍ଗେ ଚଟାଣରେ ବସି ପଡି ବାଲିରେ ଲେଖିଲା ଯେ, ଆଜି ମୋର ସବୁଠୁଁ ଭଲ ବନ୍ଧୁ ମୋତେ ଚାପୁଡା ମାରିଲା । ପରେ ପୁଣି ଦୁଇ ବନ୍ଧୁ ଚାଲିବା ଆରମ୍ଭ କଲେ ।

ବାଟରେ ଯାଉ ଯାଉ ଏକ ହ୍ରଦ ପଡିଲା। ହଦ୍ରରେ ସ୍ନାନ କରିବେ ବୋଲି ଉଭୟ ଚିନ୍ତା କଲେ । କିନ୍ତୁ ସ୍ନାନ ସମୟରେ ଅଘଟଣ ଘଟିଲା। ଚାପୁଡା ଖାଇଥିବା ବନ୍ଧୁଟି ପାଣିରେ ବୁଡିବାକୁ ଲାଗିଲା, ଏହା ଦେଖି ଚାପୁଡା ମାରିଥିବା ବନ୍ଧୁ ଜଣଙ୍କ ତାକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କଲା ଓ ଶେଷରେ ବଞ୍ଚାଇଲା ମଧ୍ୟ । ଉଦ୍ଧାର ହେବା ପରେ ସେହି ବନ୍ଧୁ ଜଣଙ୍କ ଏକ ପଥର ଉପରେ ଲେଖିଲା ଯେ, ଆଜି ମୋର ସବୁଠୁଁ ଭଲ ବନ୍ଧୁ ମୋ ଜୀବନ ବଞ୍ଚାଇଛି।

prayash

ଏହି ସମୟରେ ଚପୁଡା ମାରିଥିବା ଏବଂ ପାଣିରୁ ବଞ୍ଚାଇଥିବା ବନ୍ଧୁ ଜଣଙ୍କ ତାଙ୍କ ପ୍ରଶ୍ନ କଲେ ଯେ, ଯେବେତେବେ ମୁଁ ତୋତେ ଚାପୁଡା ମାରିଲି ତୁ ବାଲିରେ ଲେଖିଲୁ କିନ୍ତୁ ଯେତେବେଳେ ମୁଁ ତୋର ଜୀବନ ବଞ୍ଚାଇଲି ତାହାକୁ ପଥରରେ ଲେଖିଲୁ। ଏପରି କାହିଁକି ?

ଚାପୁଡା ଖାଇଥିବା ବନ୍ଧୁ ଜଣଙ୍କ ଏହାର ଉତ୍ତରରେ କହିଲେ ଯେ, ଯଦି କେହି ଜଣେ ଆମକୁ ଦୁଃଖ ଦେଉଛି ତେବେ ତାହାକୁ ବାଲିରେ ଲେଖି ଦିଅ, କାରଣ ତାହା ପବନରେ ଲିଭିଯିବ । କିନ୍ତୁ ଯଦି କେହି ଭଲ କାମ କରୁଛି ତାହାକୁ ପଥରରେ ଲେଖିବା ଉଚିତ୍, ଯାହାଦ୍ବାରା ତାହାକୁ କେହି ଲିଭାଇ ପାରିବେ ନାହିଁ।

ତେବେ ଏହି କାହାଣୀରୁ ଆମେ ଶିକ୍ଷାଲାଭ କଲୁ ଯେ, ଖରାପକୁ ମନରୁ ଲିଭାଇ ଦେବା ଏବଂ ଭଲକୁ ସର୍ବଦା ମନରେ ସ୍ଥାନ ଦେବା ଉଚିତ୍।

kalyan agarbati
Leave A Reply