www.samajalive.in
Sunday, December 7, 2025
16.1 C
Bhubaneswar

ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣା : ୨୦ ମିନିଟ୍ ସଂଘର୍ଷ,ମାଓ କ୍ୟାମ୍ପ ଧ୍ୱଂସ

ଫୁଲବାଣୀ : ଚକାପାଦ ଥାନା ଅଂଚଳରେ ଥିବା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଗୁରୁବାର ସକାଳେ ମାଓବାଦୀଙ୍କ ସହିତ ଡିଭିଏଫ ଏବଂ ଏସଓଜି ଯବାନ ହୋଇଥିଲେ ମୁହାଁମୁହିଁ। ଜବାନ ମାନଙ୍କ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ମାଓବାସୀ ଆତ୍ମସମର୍ପଣ କରିଥିଲେ ଗୁଳି ଚାଳନା। ଯବାନଙ୍କ ଉପରକୁ ଗ୍ରେନେଡ଼୍ ମାଡ଼ ମଧ୍ୟ କରିଥିଲେ। ଏହାର ଯବାବରେ ଯବାନ ଚଳାଇଥିଲେ ଗୁଳି। ୨୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିୟ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍.ପି ଭିନିତ୍ ଅଗୱାଲା ସୂଚନା ଦେଇଛନ୍ତି। ଘଂଚ ଜଙ୍ଗଲ ଯୋଗୁଁ ମାଓବାଦୀ ଖସିଯିବାରେ ସକ୍ଷମ ହେଉଥିବାର କୁହାଯାଇଛି। ଏସପି ଆହୁରି ସୂଚନା ଦେଇ କହିଥିଲେ ଯେ, ସଂପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିବାପରେ ଏସପିଙ୍କ ନିର୍ଦ୍ଧେଶରେ ଗତ ୬ ତାରିଖ ଏସଓଜି ଏବଂ ଡିଭିଏଫ ଯବାନ କୁମ୍ବିଙ୍ଗ ଅପରେସନ ଜାରୀ ରହିଥିଲା। ୭ ତାରିଖ ସକାଳ ସମୟରେ ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଯବାନ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ। କୌଣସି ଯବାନ ଆହତ ହୋଇନଥିବା ବେଳେ ମାଓବାଦୀଙ୍କ ମଧ୍ୟରୁ କିଛି ଆହତ ହୋଇଥିବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଏସପି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ଏକ ମାଓ କ୍ୟାମ୍ପକୁ ଠାବ କରିବା ସହିତ ତାହାକୁ ଧ୍ୱଂସ କରିଛି। କ୍ୟାମ୍ପରୁ ୨ଟି ହେଣ୍ଡ ଗ୍ରେନେଡ,୨ପକେଟ ବିସ୍ଫୋରକ ସାମଗ୍ରୀ,ଡେଟୋନେଟର,ମାଓ ପୋଷାକ,ଗୁଳି ରଖାଯିବା ପାଉଚ,କିଛି ପରିମାଣର ଲୁହାର ଟୁକୁଡା, ମାଓ ପୁସ୍ତିକା,ବିଭିନ୍ନ େଓøଷଧ ସମେତ ବିପୁଳ ପରିମାଣର ମାଓ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି। ଖସିପଳାଇଥିବା ମାଓବାଦୀ ଓଡିଶା ରାଜ୍ୟ କମିଟିର ବୋଲି ମଧ୍ୟ ସନ୍ଦେହ କରାଯାଇଛି। ତେବେ ଏହାର ନେତୃତ୍ୱ କିଏ ନେଉଥିଲେ ତାହା ତଦନ୍ତ ଚାଲିଥିବାର ଏସ୍.ପି ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories