www.samajalive.in
Sunday, December 7, 2025
13.1 C
Bhubaneswar

କୃଷକ ଆନ୍ଦୋଳନ: ଭାରତ ସହ ଆଲୋଚନା ପାଇଁ ପମ୍ପିଓଙ୍କ ନିକଟରେ ୭ ଆମେରିକୀୟ ସାଂସଦଙ୍କ ଦାବି

ୱାଶିଂଟନ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓଙ୍କ ନିକଟରେ ଦାବି କରିଛନ୍ତି ୭ ଆମେରିକୀୟ ସାଂସଦ। ଏହି ସାଂସଦଙ୍କ ମଧ୍ୟରେ ଭାରତୀୟ ମୂଳ ନିବାସୀ ଆମେରିକୀୟ ସାଂସଦ ପ୍ରମିଳା ଜୟପାଲ ମଧ୍ୟ ସାମିଲ ଅଛନ୍ତି। ସାଂସଦମାନେ ପମ୍ପିଓଙ୍କୁ ଚିଠି ଲେଖି ଭାରତୀୟ ବିଦେଶ ମନ୍ତ୍ରୀଙ୍କ ସହିତ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛନ୍ତି।

ତେବେ ପୂର୍ବରୁ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସମେତ ବ୍ରିଟେନ ଓ ଅନ୍ୟ କିଛି ଦେଶର ନେତା କୃଷକ ଆନ୍ଦୋଳନ ପ୍ରସଙ୍ଗ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାକୁ କଡ଼ା ସମାଲୋଚନା କରିଥିଲା। ବିଦେଶୀ ନେତା ଏବଂ ରାଜନୀତିଜ୍ଞମାନଙ୍କୁ ଭାରତ ଜବାବ ଦେଇ ସେମାନଙ୍କ ମନ୍ତବ୍ୟକୁ ଅନୁଚିତ ଦର୍ଶାଇଥିଲା। ଭାରତ ଭଳି ଲୋକତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ମାମଲା, ଏଥିରେ ବାହ୍ୟ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଥିଲା।

- Advertisement -

ଏହା ପରେ ଡିସେମ୍ବର ୨୩ରେ ଆମେରିକୀୟ ସାଂସଦମାନେ ମାଇକ୍‌ ପମ୍ପିଓଙ୍କୁ ଚିଠି ଲେଖିଛନ୍ତି। ସାଂସଦମାନେ ଲେଖିଛନ୍ତି ଯେ, ଏହି ପ୍ରସଙ୍ଗ ବିଶେଷ ଭାବେ ସିଖ୍‌ ଆମେରିକୀୟଙ୍କ ସହିତ ଜଡ଼ିତ ରହିଛି, ଯେଉଁମାନଙ୍କର ପଞ୍ଜାବ ସହିତ ସମ୍ପର୍କ ଅଛି। କୃଷକ ଆନ୍ଦୋଳନ ଯୋଗୁ ଅନେକ ଭାରତୀୟ-ଆମେରିକୀୟଙ୍କ ଉପରେ ଏହାର ପ୍ରତ୍ୟକ୍ଷ ଭାବେ ପ୍ରଭାବ ପଡ଼ିଛି, କାରଣ ପଞ୍ଜାବରେ ରହୁଥିବା ସେମାନଙ୍କ ପରିବାର ଏଥିରେ ଜଡ଼ିତ ରହିଛନ୍ତି। ଏଥିଲାଗି ସେମାନେ ଭାରତରେ ରହୁଥିବା ନିଜ ପରିବାର ପାଇଁ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏହି ଗମ୍ଭୀର ପ୍ରସଙ୍ଗରେ ଆମେ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଭାରତୀୟ ବିଦେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories