www.samajalive.in
Tuesday, December 9, 2025
17.1 C
Bhubaneswar

ଲିଙ୍ଗଭିତ୍ତିକ ହିଂସାର ବିଲୋପ ହେବା ଜରୁରୀ

ଭୁବନେଶ୍ୱର: ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ଓ ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ଅତିଥିମାନେ ଲିଙ୍ଗଭିତ୍ତିକ ହିଂସାର ବିଲୋପ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି। ମହିଳା ଓ ଯୁବତୀ ମାନଙ୍କୁ ଅଧିକ ସଂଗଠିତ ହେବା ସହ ସ୍ୱର ଉତ୍ତୋଳନ କରିବାକୁ ପଡିବ ବୋଲି ସିସିଡବ୍ଲୁଡି ଓ ଆକ୍ସନ୍ଏଡ୍ ତରଫରୁ ଆୟୋଜିତ ଲିଙ୍ଗଭିତ୍ତିକ ହିଂସାର ବିଲୋପ ସଂପର୍କୀତ ମାନବ ଶୃଙ୍ଖଳ ଓ ଚିତ୍ରାଙ୍କନ ପ୍ରଦର୍ଶନୀ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ସ୍ଥାନୀୟ ପଥରବନ୍ଧ ବସ୍ତି ୱାର୍ଡ ନଂ. ୧୭ ଠାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

 

- Advertisement -

ମହିଳା ଓ ଯୁବତୀମାନେ ମତାମତ ବାସ୍କରେ ନିଜର ମତ ପ୍ରଦାନ କରିଥିଲେ। ଅତିଥି ଭାବରେ ଆକ୍ସନ୍ଏଡ୍‌ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, ଶୁଭେନ୍ଦୁ କୁମାର ରାୟ, ଗୈାରାଙ୍ଗ ଚନ୍ଦ୍ର ମହାପାତ୍ର, ଉଷାରାଣୀ ବେହେରା, ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁ, ଭୁବନେଶ୍ୱର ୟଙ୍ଗ ଅର୍ବାନ୍ ୱିମେନ୍ ଫୋରମ୍‌ର ସଭାପତି ସସ୍ମିତା ମହାରାଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ରେଣୁବାଳା ସାହୁ, ଗୀତାଞ୍ଜଳୀ ପଣ୍ଡା, ଦମୟନ୍ତୀ ସାହୁ, କଲ୍ୟାଣୀ ରାଉତ, କୃଷ୍ଣଚନ୍ଦ୍ର ମହନ୍ତ, ସଂଗ୍ରାମ କେଶରୀ ମଣ୍ଡଳ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଅଣସଂଗଠିତ ଶ୍ରମିକ ମଞ୍ଚର ପ୍ରକାଶ ସାମଲ ଓ ବୈଷ୍ଣବ ଚରଣ ଲେଙ୍କା ଯୋଗଦାନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories