ପିଏନବି ଠକେଇ: ଆଣ୍ଟିଗୁଆରେ ମେହୁଲ ଚୋକ୍‍ସି

0

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ବହୁକୋଟି ଟଙ୍କା ଠକି ନେଇଥିବା ହୀରା ବ୍ୟବସାୟୀ ତଥା ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ ଚୋକସି ଏବେ ଆମେରିକାରୁ ଆଣ୍ଟିଗୁଆକୁ ପଳାୟନ କରିଥିବା ଜଣାଯାଇଛି। ଆଣ୍ଟିଗୁଆ ସରକାର ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟକୁ ଦେଇଥିବା ସୂଚନା ଅନୁଯାୟୀ ଚଳିତ ମାସରେ ଚୋକସି ଆଣ୍ଟିଗୁଆରେ ପହଞ୍ଚିଛି। ସେ ଆଣ୍ଟିଗୁଆର ପାସପୋର୍ଟ ହାସଲ କରିଛି। ପିଏନବି ଠକେଇ ପଦାକୁ ଆସିବାର କିଛି ସପ୍ତାହ ପୂର୍ବରୁ ଚୋକସି ଦେଶ ଛାଡି ପକାଇଥିଲା। ପ୍ରଥମେ ସେ ଆମେରିକାରେ ରହିଥିଲା। ଏବେ ଆଣ୍ଟିଗୁଆକୁ ପଳାୟନ କରିଛି। ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ଚୋକିସି ଓ ତାର ସହଯୋଗୀ ତଥା ଭଣଜା ନୀରବ ମୋଦି ବିରୋଧରେ ମାମଲା ରୁଜୁ କରିଛି। ସିବିଆଇର ଅଭିଯୋଗଫର୍ଦ ଆଧାରରେ ମୁମ୍ବଇର ସ୍ୱତନ୍ତ୍ର କୋର୍ଟ ଚୋକିସି ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ଗିରଫ ପରୱାନା ଆଧାରରେ ସିବିଆଇ ନୀରବ ଓ ଚୋକିସଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ପାଇଁ ଇଣ୍ଟରପୋଲର ଦ୍ୱାରସ୍ଥ ହୋଇଛି। ନୀରବଙ୍କ ବିରୋଧରେ ଇଣ୍ଟରପୋଲ ରେକ କର୍ଣ୍ଣର ନୋଟିସ ଜାରି କରିଥିବାବେଳେ ଚୋକସିଙ୍କ ବିରୋଧରେ ଏହା ଇଣ୍ଟରପୋଲର ବିଚାରାଧୀନ ରହିଛି। ନୀରବ ମୋଦି ପିଏନବିରୁ ୬,୪୯୮.୨୦କୋଟି ଟଙ୍କା ଠକି ନେଇଥିବାବେଳେ ଚୋକସି ୬,୪୯୮.୨୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Leave A Reply