www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତ କିଣି ସାରିଛି ୬୦ କୋଟି କରୋନା ଟିକା , ଆଉ ୧୦୦ କୋଟି ଟିକା ପାଇଁ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରସ୍ତୁତ ଚାଲିଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ। କୋରନା ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢାଇବାକୁ ହେଲେ ଦୁଇଥର ଟୀକାକରଣ କରିବାକୁ ପଡିବ।

ଅଗ୍ରୀମ ବଜାର ପ୍ରତିବଦ୍ଧତାର ଏକ ବିଶ୍ବସ୍ତରୀୟ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି ଯେ, ଏହି ଡୋଜ୍ କିଣିବା କ୍ଷତ୍ରେର କେବଳ ଆମେରିକା ଆଗରେ ଅଛି। ଆମେରିକା ୮୧ କୋଟି ଡୋଜ୍ ପୂର୍ବରୁ ଅର୍ଡର କରିବା ସହ ୧.୬ ବିଲିୟନ ଡ଼ୋଜ ଅଧିକ ପାଇବାକୁ ଚେଷ୍ଟା କରୁଛି। ସୂଚନା ଅନୁଯାୟୀ, ଅନେକ ଉଚ୍ଚ ଏବଂ ମଧ୍ୟମ ଆୟ ଦେଶ ଅକ୍ଟୋବର ୮ ସୁଦ୍ଧା ପ୍ରାୟ ୩.୮ ବିଲିୟନ ଡୋଜ ବୁକ୍ କରିସାରିଛନ୍ତି। ଏହା ବ୍ୟତୀତ ଆଉ ପାଞ୍ଚ ବିଲିୟନ ଡୋଜ୍ ପାଇଁ ପ୍ରସ୍ତୁତି ଚାଲିଛି। ଭାରତରେ ମଧ୍ୟ କରୋନା ଟିକା କ୍ଷତ୍ରରେ ଭାରତ ବଡ ପଦକ୍ଷପେ ନେଇଛି। ୬୦ କୋଟି ଡୋଜ୍ କିଣିବା ପାଇଁ ପ୍ରସ୍ତୁତ ଥିବାବେଳେ ଏକ ବିଲିୟନ ଟିକା ପାଇବାକୁ ଚେଷ୍ଟା ଚଳାଇଛି। ଟିକା ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ଅଛି ।

- Advertisement -

କେଉଁ ଦେଶ କେତେ ଡୋଜ ଅର୍ଡର କରିଛନ୍ତି?

ଆମେରିକା ୮୧ କୋଟି ଡୋଜ୍ ନେଇଥିବା ବେଳେ ୧.୬ ବିଲିୟନ ଡୋଜ୍ କ୍ରୟ ପାଇଁ ପ୍ରସ୍ତୁତି ଚଲାଇଛି। ସେହିପରି ଭରତ ମଧ୍ୟ ୬୦ କୋଟି ଡୋଜ୍ କ୍ରୟ କରିଥିବା ବେଳେ ୧ ବିଲିୟନ ଡୋଜ ଅଧିକ କିଣିବା ପାଇଁ କଥାବର୍ତ୍ତା ଜାରିରଖିଛି।  ୟୁରୋପୀୟାନ ୟୁନିୟନ ୪୦ କୋଟି ଡୋଜ୍ କିଣିଥିବା ବେଳେ ୧.୫୬୫ ବିଲିୟନ ଡୋଜ୍ କଣିବା ପାଇଁ ଆଗ୍ରହ ପ୍ରକାଶ କରିଛି।

ସେହିପରି କିଛି ଦେଶ ନିଜ ଜନ ସଂଖ୍ୟା ତୁଳନାରେ ଅଧିକ ଡୋଜ୍ ଅର୍ଡର କରିଥିବା ଜଣାପଡ଼ିଛି। କାନାଡା ନିଜ ଦେଶର ଜନ ସଂଖ୍ୟାଠାରୁ ୫ ଗୁଣା ଅଧିକ ଡୋଜ୍ କିଣିଛି। ସେହିପରି ବ୍ରିଟେନ ୨.୫ ଗୁଣ ଅଧିକ ଡୋଜ୍ କିଣିବା ପାଇଁ କଥାବର୍ତ୍ତା କରିସାରିଛି। ଆମେରିକା ତା’ର ଜନସଂଖ୍ୟାର ୨୩୦%କୁ କଭର୍ କରିବାକୁ ପର୍ୟ୍ୟାପ୍ତ ପରିମାଣର ବୁକ୍ କରିଥିବା ସୂଚନା ମିଳିଛି

ଅନୁସନ୍ଧାନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଆଣ୍ଡ୍ରେୟା ଟେଲରଙ୍କ କହିବା ଅନୁଯାୟୀ, ନିୟାମକ ଅନୁମୋଦନ ଉପରେ ନିର୍ଭର କରି ଏହି ଟିକା ମଧ୍ୟରୁ କେବଳ ଅଳ୍ପ କିଛି କ୍ରୟ କରାଯିବ। ଏପର୍ଯ୍ୟନ୍ତ, ଏହି ସମସ୍ତ ଟିକା ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି ଏବଂ କେହି ନିୟାମକ ଅନୁମୋଦନ ପାଇ ନାହାଁନ୍ତି। ଦେଶଗୁଡିକ କରୁଥିବା ଅନେକ କାରବାର କେବେହେଲେ ସମାପ୍ତ ହୋଇ ନ ପାରେ। ଉଦାହରଣ ସ୍ୱରୂପ, ବ୍ରିଟେନ ପାଞ୍ଚଟି ଭିନ୍ନ ଭିନ୍ନ ଟିକା କାରବାର ସ୍ୱାକ୍ଷର କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ହିନ୍ଦୁସ୍ତାନ ଟାଇମ୍ସ ସହ ଆଲୋଚନା ସମୟରେ କହିଛନ୍ତି ଯେ, କୋଭିଡ -୧୯ରୁ ବିଶ୍ୱକୁ ରକ୍ଷା କରିବା ପାଇଁ ଭାରତ ଏକ ଟିକା ପ୍ରସ୍ତୁତ କରୁଛି। ସରକାର ନିଜ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ। ଭାକ୍ସିନ ଉପଲବ୍ଧ ହେଲେ ଏହାର ପରିମାଣର ମାତ୍ରା ବଢାଇବାକୁ ନିଶ୍ଚିତ ଆବଶ୍ୟକ ପଦକ୍ଷେପ ନିଆଯିବ ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories