www.samajalive.in
Monday, December 8, 2025
14.1 C
Bhubaneswar

ରାଜସ୍ୟ ଅଧିକାରୀଙ୍କ ଦାଦାଗିରୀ : ନିଜ ଗାଡି ର କାଗଜପତ୍ର ଠିକ୍ ନାହିଁ, ଅନ୍ୟ ଗାଡ଼ି ଯାଞ୍ଚ ପାଇଁ ହାଇଁ ପାଇଁ

କେଶଦୁରାପାଳ : ଜଣେ ରାଜସ୍ୟ ଅଧିକାରୀ ଦାଦାଗିରୀ କରୁଥିବା ଅଭିଯୋଗ ହୋଇଛି । ଏପରି କି ନିଜ ଗାଡି ର କାଗଜପତ୍ର ଠିକ୍ ଅଛି କି ନାହିଁ ସେଥିପ୍ରତି ନ ଦେଇ, ଅନ୍ୟ ଗାଡ଼ି କୁ ଯାଞ୍ଚ କରିବା ଆଳରେ ଗାଡ଼ିକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ସୁଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁ କୁଶେଇ ନଦୀରୁ ବାଲି ବୋଝେଇ କରି ଏକ ଡମ୍ପର ଭଗାମୁଣ୍ଡା ଯାଉଥିବା ବେଳେରେ ମାଳ ଛକ ନିକଟ ଏକ ଛକରେ ଜୈନେକ ରାଜସ୍ୟ ଅଧିକାରୀ ନିଜ ଗାଡି ରେ ରହି ବିଭିନ୍ନ ଗାଡି ର କାଗଜପତ୍ର ଯାଞ୍ଚ କୁ କରୁଥିବା ବେଳେ ଉକ୍ତ ବାଲି ବୋଝେଇ ଡମ୍ପର ଓଡ଼ି ୧୬ – ୪୫୫୦ କୁ ଯାଞ୍ଚ ପାଇଁ ଅଟକାଇ ଥିଲେ ।

ହେଲେ ଭକ୍ତ ଗାଡ଼ିର ସମସ୍ତ କାଗଜ ଠିକ୍ ଥିବା ସହିତ ଘସିପୁରା ତହସିଲର ରୟାଲିଟି ପେପର ମଧ୍ୟ ଥିବା ସତ୍ୱେ ଉକ୍ତ ଅଧିକାରୀ ଜଣକ ଗାଡ଼ିଟିକୁ ଜୋର କରି ହରିଚନ୍ଦନପୁର ଥାନାରେ ଅଟକ ରଖି ଥିବା ରାଜୁ ମହାରଣା ଅଭିଯୋଗ କରିଛନ୍ତି । ସମସ୍ତ କାଗଜ ପତ୍ର ଥାଇ ଆମ ଗାଡ଼ି ଥାନାରେ ରହିବ କାହିଁକି ବୋଲି ରାଜୁପ୍ରଶ୍ନ କରିବା ସହିତ ଆପଣ ଚଢ଼ୁଥିବା ବୋଲୋରେ ଗାଡି ଓଡ଼ି – ୦୯ ସି ୮୪୭୬ ର କାଗଜ ପତ୍ର ଠିକ୍ ନଥିବା କହିବାରୁ ଅଧିକାରୀ ଜଣଙ୍କ ରାଗରେ ଗାଡ଼ିକୁ ଥାନା ଅଟକାଇ ଥିବା ପ୍ରକାଶ କରିଛନ୍ତି । ଏ ସଂପର୍କରେ ହରିଚନ୍ଦନପୁର ଥାନା ଅଧିକାରୀ ମନରଂଜନ ପ୍ରଧାନଙ୍କୁ ପଚାରୀ ବାରୁ ଗାଡି ଘଟଣା ସ୍ଥଳରେ କାଗଜ ପତ୍ର ଦେଖାଇ ନ ପାରିବାରୁ ଘଟଗାଁ ତହସିଲଦାର ଗାଡି ଅଟକ ରଖିଥିବା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଅଧିକାରୀ ଙ୍କ ଗାଡି ର କାଗଜପତ୍ର ଯାଞ୍ଚ କଲେ ଅନେକ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ବୃଦ୍ଧି ଜିବୀ ଙ୍କ ମହଲରେ ଆଲୋଚନା ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories