www.samajalive.in
Sunday, December 7, 2025
18.1 C
Bhubaneswar

ଅସହାୟ ବିଧବା ମହିଳାଙ୍କ ଦୁଃଖ ବୁଝିବ କିଏ, ସ୍ୱାମୀଙ୍କ ମୃତ୍ୟୁକୁ ଏକ ବର୍ଷ ପୁରିବା ପରେ ବି ମିଳୁନି ବିଧବା ଭତ୍ତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ପଂଚାୟତର ସିନ୍ଧିଗୁଡା ଗ୍ରାମରେ ବସବାସ କରୁଥିବା ଏକ ଅସହାୟ ଗରିବ ବିଧବା ମହିଳା ବିମଳା ଗୌଡ଼ (୫୦) ଏବଂ ୨୨ ବର୍ଷର ଶାରୀରିକ ଅକ୍ଷମ ପୁଅ ସହ ଏକ ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ରେ ଦୟନୀୟ ଅବସ୍ଥାରେ କଟୁଛି ଜୀବନ। ପ୍ରାୟ ଏକ ବର୍ଷ ପୂର୍ବେ ସ୍ୱାମୀ ବିନା ଗୋଡ଼ଙ୍କ ଅକାଳ ବିୟୋଗ ପରେ ଅନାଥ ହୋଇ ପଡ଼ିଥିଲେ ୨ପ୍ରାଣୀ କୁଟୁମ୍ଭ। ସରକାରଙ୍କ ତରଫରୁ ମିଳୁଥିବା ଅନ୍ତଦ୍ଵୟ ଚାଉଳ କାର୍ଡରେ ୩୫ କେଜି ଚାଉଳ ହିଁ ତାଙ୍କର ଏକମାତ୍ର ଭରସା। ନିଜର କୌଣସି ଜାଗା ନ ଥିବା ବେଳେ ତହସିଲଦାର ତେନ୍ତୁଳୀଖୁଣ୍ଟି ତରଫରୁ ୨ସେଣ୍ଟର ପଟ୍ଟା ମିଳିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସରକାର ତରଫରୁ ସମାଜ ମଙ୍ଗଳ ବିଭାଗ ତରଫରୁ ମିଳିବାକୁ ଥିବା ୨୦ହଜାର ଟଙ୍କା ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ବିଧବା ଭତ୍ତା ପାଇଁ ଆବେଦନ କରି ବାରମ୍ବାର ପଂଚାୟତ ପିଇଓ ଏବଂ ବ୍ଲକ ଏସଇଓ ଙ୍କ ନିକଟରେ ଯାଇ ଗୁହାରି କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରିନାହିଁ। ବିମଳାଙ୍କ କହିବା ଅନୁଯାଇ ସେ ନିଜ ଗ୍ରାମ ସିନ୍ଧିଗୁଡାରୁ ୧୨ କିମି ରାସ୍ତା ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ବର୍ଷ ମଧ୍ୟରେ ୧୦ ରୁ ୧୨ ଥର ଦୌଡ଼ି ଦୌଡି ନୟାନ୍ତ ହୋଇଯାଇ ଶେଷରେ ନିଜ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ମା ଆଉ ପୁଅ। ଏହି ବର୍ଷା ମାସରେ ବିପଦପୂର୍ଣ ଅବସ୍ଥାରେ ନିଜର ଭଙ୍ଗା ଦଦରା ଝାଟିମାଟି ଘରେ ଚଳୁଥିବା ବେଳେ ତାଙ୍କୁ କିଏ ବା ଖଣ୍ଡେ ଘର ଯୋଗାଇ ଦେବ ସେହି ଆଶାରେ ରହିଛନ୍ତି ବିମଳା। ଏନେଇ ବ୍ଲକ ଏସଇଓ ବଳରାମ ସୁନାଙ୍କୁ ପଚାରିବାରୁ ସେ ଏ ବିଷୟରେ ତଦନ୍ତ କରି ଯାହା ଆବଶ୍ୟକ କାଗଜ ପତ୍ର ଦେଲେ ଏଲଟମେଣ୍ଟ ଆସିଲେ ଭତ୍ତା ଦେବାର ବ୍ୟବସ୍ଥା କରିବି ବୋଲି କହିଛନ୍ତି। ଏବେ ପୁଣି ଦେଖିବାକୁ ବାକି ରହିଲା ଆଉ କେତେ ଦିନ ଲାଗିବ ବିଧବା ବିମଳା କୁ ନ୍ୟାୟ ମିଳିବାରେ। ବିମଳାଙ୍କୁ ବିଜୁ ପକ୍କା ଯୋଜନାରେ ଘର ଏବଂ ଭତ୍ତା ଶୀଘ୍ର ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories