www.samajalive.in
Friday, December 5, 2025
23.1 C
Bhubaneswar

ଝାଡ଼ଖଣ୍ଡ ନିର୍ବାଚନ ରେ କମାଲ୍‌ ଦେଖାଇଲେ ଓଡ଼ିଆ ଝିଅ – ଏମତି କହିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ରାଞ୍ଚି/ଭୁବନେଶ୍ୱର (ସମାଜ ଡିଜିଟାଲ୍‌) – ମହାରାଷ୍ଟ୍ରରେ ବିଜେପିର ମେଣ୍ଟ ମହାୟୁତି ବାଜିମାତ କରିଥିବା ବେଳେ ଝାଡଖଣ୍ଡରେ ବିଜେପିକୁ ସେମିତି ସଫଳତା ମିଳିନାହିଁ । ଝାଡଖଣ୍ଡରେ ପୁଣିଥରେ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ଏହାର ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି । । ୮୧ ଆସନ ବିଶିଷ୍ଟ ବିଧାନସଭାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ଏହାର ମେଣ୍ଟକୁ ୫୭ ଆସନରେ ଆଗୁଆ ରହିଥିବା କଥା କହିଛନ୍ତି ।

ହେମନ୍ତ ସୋରେନ୍‌ ତାଙ୍କ ଜୀବନରେ ଏହାଠାରୁ କଷ୍ଟକର ନିର୍ବାଚନ ଦେଖି ନଥିବା କଥା କହିଛନ୍ତି । ଏହି ନିର୍ବାଚନ ବିଜୟର ଶ୍ରେୟ ସେ ତାଙ୍କର ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ଦେଇଛନ୍ତି । କଳ୍ପନା ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କଳ୍ପନା ସୋରେନ୍‌ଙ୍କ ଘର ଓଡ଼ିଶାର ମୟୁରଭଞ୍ଜରେ । ସେ ନିଜର ବିଟେକ୍‌ ସମ୍ପୂର୍ଣ୍ଣ କରିବା ପରେ ହେମନ୍ତଙ୍କ ସହ ତାଙ୍କର ବିବାହ ହୋଇଥିଲା ।

- Advertisement -

ହେମନ୍ତ ଏଥର ବିଜୟର ଶ୍ରେୟ କଳ୍ପନାଙ୍କ ସହ ତାଙ୍କ ଟିମ୍‌ଙ୍କୁ ଦେଇଛନ୍ତି । ଝାଡଖଣ୍ଡର ଲୋକ ଏବଂ ମତଦାତାଙ୍କ ଆବଶ୍ୟକତା ଅନୁସାରେ ଜେଏମ୍‌ଏମ୍‌ ନିର୍ବାଚନ ଲଢିଥିବାରୁ ବିଜୟ ଲାଭ କରିଥିବା କଥା କହିଛନ୍ତି । ସେ ଜେଲ୍‌ରେ ଥିବା ବେଳେ କଳ୍ପନା ଓ୍ୱାନ ମ୍ୟାନ ଆର୍ମି ପରି କାମ କରିଥିଲେ ଏବେ ସେମାନେ ଦୁଇ ଜଣ କାର୍ଯ୍ୟ କରିଥିବା କଥା କହିଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories