www.samajalive.in
Friday, December 5, 2025
27.1 C
Bhubaneswar

ଝାଡ଼ଖଣ୍ଡରେ ପୁଣି ଶାସନ କରିବ ସୋରେନ ସରକାର

ଡେସ୍କ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ। ରାଜ୍ୟ ବିଧାନସଭାର ୮୧ଟି ଆସନରୁ ଜେଏମଏମ ମେଣ୍ଟାକୁ ଏପର୍ଯ୍ୟନ୍ତ ୧୪ଟି ଆସନ ମିଳିଥିବା ବେଳେ ଏହା ୪୨ଟି ଆସନରେ ଆଗୁଆ ରହିଛି। ବିଜେପି ୨ଟିରେ ବିଜୟୀ ହୋଇଛି ଓ ୨୨ଟି ଆସନରେ ଆଗୁଆ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଝାଡ଼ଖଣ୍ଡରେ ପୁଣି ଥରେ ହେମନ୍ତ ସୋରେନଙ୍କ ସରକାର ଗଠନ ହେବାକୁ ଯାଉଛି। ଏହା ସହ ବିଜେପି ନିପାତ କରାଯାଇଛି।

ଝାଡ଼ଖଣ୍ଡରେ ମୋଟ ୮୧ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୪୩ଟି ବିଧାନସଭା ଆସନରେ ୬୬.୪୮ ପ୍ରତିଶତ ମତଦାନ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ୬୮.୯୫ ପ୍ରତିଶତ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୨୮ ଜଣ ଓ ଦ୍ବିତୀୟ ପର୍ଯ୍ୟାୟରେ ୬୮୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories