www.samajalive.in
Monday, December 8, 2025
14.1 C
Bhubaneswar

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଘୁଞ୍ଚିଲା; ବୈଠକ ପାଇଁ ସଦସ୍ୟଙ୍କ ଅଭାବ

ମୁମ୍ବଇ : ଚଳିତମାସ ୨୯ରେ ବସିବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଘୁଞ୍ଚିଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଏହି ସୁଧହାର ସମୀକ୍ଷା ବୈଠକ ପାଇଁ କମିଟିରେ ରହିଥିବା ସଦସ୍ୟଙ୍କ ଅଭାବ ଯୋଗୁ ପୂର୍ବ ନିର୍ଦ୍ଧାରିତ ସମୟରେ ଏହା ଅନୁଷ୍ଠିତ ହୋଇପାରିବ ନାହିଁ। ଏହାପରେ ବୈଠକକୁ ଘୁଞ୍ଚାଇ ଦିଆଯାଇଛି।

ସୂଚନାଯୋଗ୍ୟ, ମୁଦ୍ରାନୀତି କମିଟି ବୈଠକ ଚଳିତମାସ ୨୯ରୁ ଅକ୍ଟୋବର ପହିଲା ଯାଏ ତିନି ଦିନ ଧରି ବସିବାର ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କମିଟିର ନୂଆ ବାହ୍ୟ ସଦସ୍ୟଙ୍କ ନାମ ଏ ଯାଏ ଘୋଷଣା କରାଯାଇନାହିଁ। ଯାହାଫଳରେ ବର୍ତ୍ତମାନ ବୈଠକ ହେଲେ ଏଥିରେ ବାହ୍ୟ ସଦସ୍ୟଙ୍କ ଅଭାବ ଦେଖାଦେବ। ଅନ୍ୟପକ୍ଷରେ ଏମ୍‌ପିସି କମିଟିରେ ରହିଥିବା ତିନି ବାହ୍ୟ ସଦସ୍ୟ ରବୀନ୍ଦ୍ର ଢ଼ୋଲକିଆ, ପାମି ଦୁଆ ଏବଂ ଚେତନ ଘାଟେଙ୍କ କାର୍ଯ୍ୟକାଳ ଇତି ମଧ୍ୟରେ ପୁରିଯାଇଛି। କମିଟିର ତିନି ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ୪ ବର୍ଷ ରହିଥାଏ। ଆର୍‌ବିଆଇ ନିୟମ ଅନୁଯାୟୀ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ ନାହିଁ। ଏହି କମିଟିରେ ମୋଟ ୬ ସଦସ୍ୟ ରହିଛନ୍ତି। ଅନ୍ୟ ତିନି ସଦସ୍ୟ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମୃଦୁଲ କେ. ସାଗର ଏବଂ ମାଇକେଲ ଦେବବ୍ରତ ପାତ୍ର। ୨୦୧୬ ଅକ୍ଟୋବରରେ ଏମ୍‌ପିସି ଗଠନ କରାଯାଇଥିଲା। କମିଟିରେ ଉପରୋକ୍ତ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ସୁଦ୍ଧା ସେମାନଙ୍କ ସ୍ଥାନରେ ସରକାର ନୂଆ ସଦସ୍ୟ ନିଯୁକ୍ତ କରିନାହାନ୍ତି। ଯାହାଫଳରେ ବର୍ତ୍ତମାନ ଏମ୍‌ପିସି ବୈଠକ ପାଇଁ ସମ୍ପୂର୍ଣ୍ଣ ୬ ସଦସ୍ୟଙ୍କ ଉପସ୍ଥିତିର ଅଭାବ ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସଦସ୍ୟଙ୍କ ନାମ ଘୋଷଣା ପରେ ବୈ‌ୖଠକ ତାରିଖ ଧାର୍ଯ୍ୟ ହେବ। ଖୁବ୍ ଶୀଘ୍ର ବୈଠକ ତାରିଖ ସମ୍ପର୍କରେ ଘୋଷଣା କରାଯିବ ​ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ସାଧାରଣତଃ ଦୁଇ ମାସରେ ଥରେ ଏମ୍‌ପିସି ବୈଠକ ଅନୁଷ୍ଠିତ ହୋଇଥାଏ। ଏହାଛଡା ଗୋଟିଏ ବର୍ଷରେ ଅତିକମ୍‌ରେ ୪ଟି ଏମ୍‌ପିସି ବୈଠକ ହେବା ଆବଶ୍ୟକ। ଚଳିତ ବୈଠକ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories