www.samajalive.in
Sunday, December 7, 2025
13.1 C
Bhubaneswar

ରାଷ୍ଟ୍ର ବିକାଶ ପାଇଁ କୃଷକ ଓ ଆଦିବାସୀଙ୍କୁ ପ୍ରୋତ୍ସାହନ ଜରୁରୀ

କରୋନା ମହାମାରୀ ସମୟରେ ପୁଞ୍ଜିପତିମାନଙ୍କୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ କୃଷକ, ଆଦିବାସୀ ଏବଂ ଅନ୍ୟାନ୍ୟ କର୍ମଜୀବୀ ବିଶେଷତଃ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ପ୍ରୋତ୍ସାହନ ଦେଲେ ରାଷ୍ଟ୍ରର ଆର୍ଥିକ ବିକାଶ ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। କଟକ କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ରାଜ୍ୟ ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ମିଳିତ ଭାବେ ଏକ ମାସ ବ୍ୟାପି ଆୟୋଜିତ ହେଉଥିବା ଆନ୍ତର୍ଜାତିୟ ୱେବିନାରର ସେପ୍ଟେମ୍ବର ୨୦ ଓ ୨୧ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଖ୍ୟାତନାମା ବ୍ୟକ୍ତି ବିଶେଷ ଯୋଗଦେଇ କରୋନା ମହାମାରୀ ସମୟରେ ଅଧିକ ପ୍ରଭାବିତ କୃଷକ ଓ ଆଦିବାସୀଙ୍କ ବିକାଶ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ଇଂଲଣ୍ଡ ସ୍ଥିତ କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟର ପ୍ରଫେସର ଭବାନୀ ନାୟକ Political economy of development in India ଶୀର୍ଷକରେ କହିଛନ୍ତି ଯେ ସରକାର ପୁଞ୍ଜିପତିମାନଙ୍କ ବଦଳରେ କୃଷକ, ଆଦିବାସୀ ଓ ଅନ୍ୟାନ୍ୟ କର୍ମଜୀବୀ ବିଶେଷତଃ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ପ୍ରୋତ୍ସାହନ ଦେଲେ ରାଷ୍ଟ୍ରର ଆର୍ଥିକ ବିକାଶ ହୋଇପାରିବ। ଅନ୍ୟତମ ବକ୍ତା ଭାବରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗୀୟ ମୁଖ୍ୟ ପ୍ରଫେସର ଦେବବ୍ରତ ସିଂ Status of Indian media in the times of Covid -19 ବିଷୟରେ କହିଛନ୍ତି ଯେ ସାମ୍ପ୍ରତିକ ମହାମାରୀ ସମୟରେ ନିରପେକ୍ଷ ସମ୍ବାଦ ପରିବେଷଣ ଓ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଓ କୃଷକମାନଙ୍କ ଅଭାବୀ ବିକ୍ରି ଭଳି ସମସ୍ୟା ଉପରେ ଆଲୋକପାତ କରି ଗଣମାଧ୍ୟମର ଦାୟିତ୍ୱ ପ୍ରତି ଗୁରୁତ୍ୱାରୋପ କରିଥିଲେ।

- Advertisement -

ଶନିବାର ଅନୁଷ୍ଠିତ ଆଲୋଚନାରେ ଭାଗନେଇ ଖ୍ୟାତନାମା ବୈଜ୍ଞାନିକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ତ୍ରିପାଠୀ ‘ଆତ୍ମ ନିର୍ଭର ଭାରତ ଓ ଉଚ୍ଚଶିକ୍ଷା ପ୍ରତି ଆହ୍ଵାନ’ ବିଷୟରେ ମତ ରଖି କହିଥିଲେ ଯେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ମାତୃଭାଷା ଶିକ୍ଷା ଓ ଉଚ୍ଚଶିକ୍ଷା ବିକାଶ କ୍ଷେତ୍ରରେ ପରିବର୍ତ୍ତନ, ଭିନ୍ନ ମତକୁ ସମ୍ମାନ ଦେବା ଓ ସ୍ୱୟଂ ସମ୍ପର୍ଣ୍ଣତା ଉପରେ ଗୁରୁତ୍ୱାରୋପ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ହେବ ଉଚିତ। ଏଥିରେ ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ, ଲେଖକ ତଥା ସ୍ତମ୍ବକାର ବିପିନ ବିହାରୀ ମିଶ୍ର ଯୋଗଦେଇ ‘ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଶାସନ’ ବିଷୟରେ କହିଲେ ଯେ ଭାରତର ମୂଳ ଅଧିବାସୀମାନଙ୍କର ବିକାଶରେ ଭାରତର ବିକାଶ ନିହିତ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀ ଓ କାର୍ଡର ନିର୍ଦେଶକ ଡ଼ ବିକ୍ରମ କେଶୋରୀ ଜେନା କାର୍ଯ୍ୟକ୍ରମରେ ଅତିଥିମାନଙ୍କ ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରୁଦ୍ରନାରାୟଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶୁଭମ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ୱେବିନାର ରେ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories