www.samajalive.in
Sunday, December 7, 2025
26.1 C
Bhubaneswar

ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଉମରକୋଟ ପୁଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ଭୋର ସମୟରେ ଉମରକୋଟ ସହରର ଦଙ୍ଗରିଗୁଡାରେ ଗଞ୍ଜେଇ ବାହାରକୁ ଚାଲାଣ ପାଇ ପ୍ୟାକିଂ ଚାଲିଥିବା ସମୟରେ କୋୖଣସି ସୂତ୍ରରୁ ଖବର ପାଇ ଉମରକୋଟ ପୁଲିସ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଉମରକୋଟ ବ୍ଲକ୍ ସୁନାବେଡ଼ା ଗ୍ରାମର କୁଟୁ ସାନା ଓ ରାଇପୁରର ସତ୍ୟନ୍ ଶର୍ମାକୁ ଗିରଫ କରିଥିଲା। ଏଥି ସହ ୧କ୍ୱିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି। ଏଥି ସହ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨ ଲକ୍ଷ ୯୫୦ ଟଙ୍କା, ୭ଟି ବାଇକ୍, ୫ ଟି ମୋବାଇଲ, ଗୋଟିଏ କାର ଓ ଏକ ଓଜନ ମେସିନ୍ ଜବତ କରିଛ। ଏହି ଗଞ୍ଜେଇ ମାଲକାନଗିରି ଅଞ୍ଚଳରୁ ଆସିଥିବା ଜଣା ପଡିଛି ଏହା ରାଇପୁର ଅଞ୍ଚଳକୁ ଚାଲାଣ ହୋଇଥାନ୍ତା। ଏଥିରେ ଆଉ କିଛି ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେମାନଙ୍କୁ ବି ଅତି ଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories