www.samajalive.in
Tuesday, December 9, 2025
26.1 C
Bhubaneswar

କ୍ୟାବିନେଟର ବଡ ନିଷ୍ପତ୍ତି, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାଗ ନେଇଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୯୮୯ ଶିକ୍ଷା ଆଇନ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଏକକ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ୨୦୦୫ ଆଇନ ପ୍ରଣୟନ କରାଯାଇଥିଲା ଓ ପରେ ପୁଣି ୧୯୮୯ ଆଇନ ଅନୁଯାୟୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ଗଠନ କରାଯାଇଥିଲା। ତେଣୁ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏଣିକି ରେଭେନ୍ସା ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ଆଇନ ଅନୁଯାୟୀ ପରିଚାଳିତ ହେବେ।

- Advertisement -

୧୯୮୯ ଶିକ୍ଷା ଆଇନରେ ମଧ୍ୟ ଆଜି କ୍ୟାବିନେଟ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଥିବା ବିଷୟଗୁଡିକ ହେଉଛି –
୧. ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଉ ସିନେଟ ବ୍ୟବସ୍ଥା ରହିବ ନାହିଁ, କେବଳ ସିଣ୍ଡିକେଟ ବ୍ୟବସ୍ଥା ରହିବ କିନ୍ତୁ ଏହାକୁ ପ୍ରଭାବଶାଳୀ କରିବା ପାଇଁ କୁଳପତି ଚୟନ କ୍ଷେତ୍ରରେ ଗଠିତ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ।
୨. ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି।
୩. କୁଳପତି ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୬୭ ବର୍ଷକୁ ବୃଦ୍ଧି।
୪. ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ଜଣେ ବ୍ୟକ୍ତି ଦ୍ଵିତୀୟ ଥର ରହିପାରିବେ ନାହିଁ।
୫. ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷକ କିମ୍ବା ଅଣଶିକ୍ଷକ କର୍ମଚାରୀ ଚୟନ କରିପାରିବେ ନାହିଁ, ଓଡିଶା ପବ୍ଲିକ ସର୍ଭିସ କମିଶନ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିବେ ଓ ଷ୍ଟେଟ ସିଲେକସନ ବୋର୍ଡ ଅଣଶିକ୍ଷକ କର୍ମଚାରୀ ଚୟନ କରିବେ।
୬. ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ ରିପୋର୍ଟ ଏଣିକି ବିଧାନସଭାରେ ଉପସ୍ଥାପିତ ହେବା ନାହିଁ, ଏହା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡିକ ସେହି ଅଡିଟ ରିପୋର୍ଟଗୁଡିକୁ ସେମାନଙ୍କ ୱେବସାଇଟରେ ତିନି ବର୍ଷ ପାଇଁ ପ୍ରଦର୍ଶିତ କରିବେ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories