www.samajalive.in
Friday, December 5, 2025
20.1 C
Bhubaneswar

ରହସ୍ୟମୟ ଅଜବ ଗାଁ , ହଠାତ୍‌ ରାସ୍ତାରେ ଲୋକଙ୍କ ସହ ହୁଏ ଏପରି

ନୂଆଦିଲ୍ଲୀ – ବିଶ୍ୱରେ ଅନେକ ଅଜବ ସ୍ଥାନ ରହିଛି । ଏପରି ଏକ ଗାଁ ରହିଛି ଯେଉଁଠାରେ ସେଠାକାର ଲୋକମାନେ ଚାଲୁ ଚାଲୁ ହଠାତ୍‌ ଗଭୀର ନିଦରେ ଶୋଇ ପଡନ୍ତି । ଏମାନେ ରାସ୍ତାରେ କାମ କରୁଥିବା ସ୍ଥାନରେ ଯେଉଁଠାରେ ପାଆନ୍ତି ଗଭୀର ନିଦରେ ଶୋଇ ପଡନ୍ତି ।

ଉତ୍ତର କାଜକିସ୍ତାନରେ ଏହି ଗାଁ ରହିଛି । ଏମାନଙ୍କୁ ନିଦର ବେମାରୀ ହୋଇଛି ବୋଲି କୁହାଯାଏ ।କାଜକିସ୍ତାନର କଲାଚୀ ଗାଁରେ ଲୋକ ଅନେକ ଦିନ ଧରି ଶୋଇ ରୁହନ୍ତି । ୨୦୧୦ ମସିହାରେ ଏହି ଗାଁରେ ଅନେକ ଦିନ ଧରି ଶୋଇବାର ଘଟଣା ଆରମ୍ଭ ହୋଇଥିଲା । କିଛି ବିଦ୍ୟାଳୟର ଛାତ୍ର ଅଚେତ ହୋଇ ଶୋଇ ପଡିଥିଲେ । ପରେ ଘଟଣାରେ ବୃଦ୍ଧି ଘଟିଥିଲା । କିଛି ଗବେଷକ ଏହି ଗାଁରେ ପହଞ୍ଚି ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ ।

- Advertisement -

ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ନେଇ ଗଠନ କରାଯାଇଥିବା ଏହି ଦଳ କୌଣସି କାରଣ ଖୋଜି ପାଇ ନଥିଲେ କି ଏହାର ନିଦାନ ମଧ୍ୟ ପାଇ ନଥିଲେ । କିଛି ଡାକ୍ତରଙ୍କ ଅନୁସାରେ ଗାଁରେ ଥିବା ଜଳ ସ୍ରୋତ ବା ପିଇବା ପାଣି ଦୂଷିତ ହୋଇଯାଇଥିବାରୁ ଏପରି ଘଟୁଛି । ଏହି ଗାଁରେ ୬୦୦ ଲୋକ ଅଛନ୍ତି । ପ୍ରାୟ ୧୦୦ ଜଣେ ଲୋକ ଏହି ନିଦ ରୋଗରେ ଆକ୍ରାନ୍ତ ।

ଯେଉଁମାନଙ୍କୁ ଏହି ନିଦ ରୋଗ ହୋଇଛି ସେମାନେ ଏ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ । ନିଦ ରୋଗ ହୋଇଥିବା ଲୋକମାନେ ବଜାରରେ , ସ୍କୁଲରେ ଏମିତିକି ରାସ୍ତା ଉପରେ ଶୋଇପଡିଥିବା ଦେଖିବା ପାଇଁ ମିଳିବେ ।

କାଜଖସ୍ତାନର ଏହି ଗାଁ ନିକଟରେ ୟୁରାନିୟମର ଖନନ କରାଯାଉଥିଲା । ଏବେ ଏହା ବନ୍ଦ ରହିଛି । ଏହି ୟୁରାନିୟମ ଖଣିର ବିକିରଣ ଯୋଗୁଁ ବିଭିନ୍ନ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କଥା କୁହାଯାଉଛି । ଏବେ ଏହି ଗାଁରେ ବିକିରଣର ବିଶେଷ ପ୍ରଭାବ ନଥିବା କଥା ବିଶେଷଜ୍ଞମାନେ କହିଛନ୍ତି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories