ବର୍ଷାଦିନେ କିଭଳି ନେବେ ମେକଅପ୍ର ଯତ୍ନ
ବର୍ଷାରେ ସାଙ୍ଗମାନଙ୍କ ସହିତ ମସ୍ତି କରିବାର ମଜା କିଛି ନିଆରା ହୋଇଥାଏ। ବାହାରକୁ ଯିବା ସମୟରେ ହଠାତ୍ ବର୍ଷା ହେଲେ ହଇରାଣ ହେବାକୁ ମଧ୍ୟ ପଡିଥାଏ। ତେଣୁ ଏମିତି କିଛି ଜିନିଷ ବ୍ୟାଗ୍ରେ ରଖିବା ଦରକାର ଯାହା ଆମେ ବର୍ଷା ସମୟରେ ବ୍ୟବହାର କରି ପାରିବା। ଆସନ୍ତୁ ଜାଣିବା ବର୍ଷାଦିନେ ବାହାରକୁ ଯିବା ସମୟରେ ବ୍ୟାଗ୍ରେ କଣ ରଖିବା ଉଚିତ୍।
ଫେସୱାସ: ବର୍ଷାଦିନରେ ପର୍ସ କିମ୍ବା ବ୍ୟାଗ୍ରେ ଫେସ୍ୱାସ୍ ରଖନ୍ତୁ। କାରଣ ବେଳେବେଳେ ମୁହଁରେ ପାଣି ପଡି ମେକଅପ ନଷ୍ଟ ହୋଇଯାଇଥାଏ। ତେଣୁ ଫେସ୍ୱାସରେ ମୁହଁକୁ ଭଲ ଭାବରେ ଧୋଇବା ଉଚିତ। ବର୍ଷାଦିନେ ଆଣ୍ଟି-ବ୍ୟାକ୍ଟେରିଆ ଯୁକ୍ତ ଫେସ୍ୱାସ ବ୍ୟବହାର କରନ୍ତୁ।
ୱେଟ୍ ଟିସୁ: ବର୍ଷାଦିନେ ସବୁ ସମୟରେ ମୁହଁ ଧୋଇବା ସମ୍ଭବପର ହୋଇ ନଥାଏ। ମୁହଁରେ ଧୂଳି ଲାଗି ରହିଲେ ଆମେ ଟିସୁ ପେପର ଦ୍ୱାରା ମଧ୍ୟ ସଫା କରି ପାରିବା। ବଜାରରେ ଅନେକ ପ୍ରକାରର ୱେଟ୍ ଟିସୁ ଉପଲବ୍ଧ ହେଉଛି। ସେଥିମଧ୍ୟରୁ ବର୍ଷାଦିନେ ସର୍ବଦା ଘିକୁଆଁରୀ ଓ ଗୋଲାପ ଜଳର ଟିସୁ ବ୍ୟବହାର କରନ୍ତୁ। ବ୍ୟାଗ୍ରେ ସର୍ବଦା ଟିସୁ ରଖିବା ଉଚିତ୍।
ପାଉଡର: ବର୍ଷାଦିନେ ବ୍ୟାଗ୍ରେ ସର୍ବଦା ପାଉଡର ରଖନ୍ତୁ। କାରଣ ବର୍ଷାଦିନେ ଫାଉଣ୍ଡେସନର ବ୍ୟବହାର ମୁହଁ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଫାଉଣ୍ଡେସନ ବଦଳରେ ପାଉଡର ଲଗାଇବା ଦ୍ୱାରା ମୁହଁର କୌଣସି କ୍ଷତି ହୋଇ ନଥାଏ।
ଆଇଲାଇନର୍: ବର୍ଷାଦିନେ ବ୍ୟାଗ୍ରେ ୱାଟର ପ୍ରୁଫ୍ ଲାଇନର ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଲାଇନର୍ ପାଣି ସଂସ୍ପର୍ଶରେ ଆସିଲେ ଶୀଘ୍ର ଛାଡି ନଥାଏ।
ଛତା: ବର୍ଷାଦିନେ ବ୍ୟାଗ୍ରେ ସର୍ବଦା ଛତା ରଖିବା ନିହାତି ଦରକାର। ଛତା ଟିକେ ହାଲକା ଚିତ୍ରବିଚିତ୍ର ହୋଇଥିଲେ ଅଧିକ ଆକର୍ଷଣୀୟ ଲାଗିଥାଏ।