ନୂଆ ଟ୍ରେଣ୍ଡ-ଆଉଟଡୋର୍ କିଚେନ୍
ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ ମହିଳା, ନିଜ ରୋଷଶାଳାକୁ ସୁନ୍ଦର ତଥା ପରିଷ୍କାର ରଖିବା ନିମନ୍ତେ ଖୁବ୍ ସଚେତନ। କିଛି ବର୍ଷ ତଳେ ମଡ୍ୟୁଲାର କିଚେନ୍ ଡିଜାଇନ୍ ଖୁବ୍ ଲୋକପ୍ରିୟ ହୋଇଥିବାବେଳେ ଏବେ ଆଉଟଡୋର୍ କିଚେନ୍ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛି। ମହାନଗରୀଗୁଡ଼ିକରେ ଶୀତଦିନେ ଲୋକେ ଷ୍ଟାଇଲ୍ରେ ଏହି ଟ୍ରେଣ୍ଡ ଆରମ୍ଭ କରିଥିବାବେଳେ ତାହାର ପ୍ରସାର ହେବାରେ ଲାଗିଛି। ଦିଲ୍ଲୀ ମହାନଗରୀରେ ସଂଖ୍ୟାଧିକ ଲୋକେ ଏହି ନୂଆ ଡିଜାଇନରେ ରୋଷେଇଘର ତିଆରି କରୁଛନ୍ତି। ବାଲକୋନି ସହ ଘର ବାହାରକୁ ହିଁ ରହୁଛି ‘ଆଉଟଡୋର୍ କିଚେନ୍’। ସାଧାରଣତଃ ଘରେ ପାର୍ଟି ହେଲେ ହିଁ ତନ୍ଦୁର କିମ୍ବା ପିଜ୍ଜା ପ୍ରସ୍ତୁତି ପାଇଁ ହିଁ ଘର ବାହାରେ ମାଇକ୍ରୋୱେଭ୍ ଓଭନ୍ ରଖି ଏହାର ଉପଯୋଗ କରାଯାଉଥିଲା। ଏବେ କିନ୍ତୁ ଲୋକେ ଘରକୁ ନୂଆ ରୂପ ଦେବାରେ ହିଁ ‘ଆଉଟଡୋର୍ କିଚେନ୍’ ତିଆରି କରୁଛନ୍ତି। ଭିନ୍ନ ତଥା ସୁନ୍ଦର ରୂପ ଦେବା ନିମନ୍ତେ ଏହି ରୋଷଶାଳାରେ ଛୋଟଛୋଟ ଚାରାରୋପଣ ମଧ୍ୟ କରାଯାଉଛି। ଏଥିନିମନ୍ତେ ୫-୭ଲକ୍ଷ ଖର୍ଚ୍ଚ ହେଉଥିବାର ଆର୍କିଟେକଚରଙ୍କ ମତ। ପ୍ୟାରିସ୍ ଓ ଲଣ୍ଡନରେ ଏବେ ଲୋକେ ଏଇ ଆଉଟଡୋର୍ କିଚେନ୍ ଷ୍ଟାଇଲକୁ ପସନ୍ଦ କରୁଥିବାବେଳେ ଭାରତୀୟ ଲୋକେ ମଧ୍ୟ ଏହାକୁ ଗ୍ରହଣ କରୁଥିବାର ଦେଖାଯାଇଛି।