ଦାରିଦ୍ର୍ୟ ସହ ଲଢ଼ି ସଫଳ ହୋଇଥିବା ଡାକ୍ତର

0

ମୁମ୍ବଇ ବସ୍ତି ଅଞ୍ଚଳର ଏକ ଗରିବ ପରିବାରର ପିଲା ହେଉଛନ୍ତି ଅରଶାନ୍ ଅଲ୍ଲୀ। ଆଜି ସେ ହେଉଛି ଦିଲ୍ଲୀର ଏକ ନାମୀ ଚିକିତ୍ସାଳୟରେ ଡାକ୍ତର। ଜେଜେବାପା, ଜେଜେମା’, ବାପା-ମା’ ଓ ତାଙ୍କ ଭାଇ-ଭଉଣୀଙ୍କ ସଂସାରରେ ସବୁଠୁ ମୁଖ୍ୟ ଅସୁବିଧା ଥିଲା ଅଭାବଅନଟନ। ବାପା ଦିନରାତି ପରିଶ୍ରମ କରୁଥିଲେ, ମା’ ଅନ୍ୟଙ୍କ ଘରେ କାମ କରି ରୋଜଗାର କରୁଥିଲେ। ହେଲେ ପରିବାରର ଖର୍ଚ୍ଚ ଦିନକୁଦିନ ବଢ଼ୁଥିଲା ବରଂ କମ୍ ହେଉନଥିଲା। ଦୁଇ ପିଲା କିନ୍ତୁ ପାଠପଢ଼ାରେ ଧୁରୀଣ ଥିଲେ। ଦ୍ବାଦଶ ଶ୍ରେଣୀରେ ଅରଶାନ୍ ଟପ୍ପର ହେଲେ। ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ଚିନ୍ତାରେ ପଡ଼ିଗଲେ ଯେ ଅରଶାନ୍‌ଙ୍କ ଭବିଷ୍ୟତ କ’ଣ ହେବ? କାରଣ ଉଚ୍ଚଶିକ୍ଷା ପାଇଁ ତାଙ୍କ ପରିବାର ନିକଟରେ ଟଙ୍କା ନଥିଲା। ଏସବୁ ଭିତରେ ଅରଶାନ୍‌ଙ୍କ ମା’ ଅକାଳରେ ଚାଲିଗଲେ। ଡାକ୍ତରୀ ପ୍ରବେଶିକାରେ ଅରଶାନ୍ କୃତକାର୍ଯ୍ୟ ହୋଇଥିଲେ, କିନ୍ତୁ ଭର୍ତ୍ତି ହେବା ପାଇଁ ପ୍ରବେଶିକା ଫିସ୍ କିଏ ଦେବ? ଏଭଳି ପରିସ୍ଥିତିରେ ଅରଶାନ୍‌ଙ୍କୁ ସାହାଯ୍ୟ କରିଥିଲେ ଦୁଇ ବଦାନ୍ୟ ବ୍ୟକ୍ତି। ସେମାନଙ୍କ ଘରେ ଅରଶାନ୍‌ଙ୍କ ମା’ କାମ କରୁଥିଲେ। ଈଶ୍ବରଙ୍କ ବରଦାନ ଯେ ଅଛି, ଏହା ବୁଝିବାକୁ ଆଉ ବାକିନଥିଲା। କଠିନ ପରିଶ୍ରମ କରି ଆଜି ଜଣେ ସଫଳ ଡାକ୍ତର ହୋଇପାରିଛନ୍ତି ଅରଶାନ୍। ସାକ୍ଷାତକାର୍‌ରେ ସେ କହିଥିଲେ, ମା’ଙ୍କ ମୃତ୍ୟୁ ପରେ ଜେଜେ ମା’ ଏହା କହି ଦୁଇ ପିଲାଙ୍କୁ ସାନ୍ତ୍ବନା ଦେଇଥିଲା ଯେ ତୋ ମା’ର ପୁଣ୍ୟ ଫଳ କେହିନେବେନି।

Leave A Reply