କୁମ୍ଭୀର ବି ହୋଇପାରେ ବନ୍ଧୁ

0

କୁମ୍ଭୀର ପରି ପ୍ରାଣୀ ପାଖକୁ ଯିବା ନିମନ୍ତେ ସାଧାରଣ ଲୋକଟିଏ ପ୍ରମାଦ ଗଣିବା ନିଶ୍ଚିତ। ହେଲେ ପଶ୍ଚିମ ଆଫ୍ରିକାର ବୁର୍କିନାଫାସୋରେ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳେ। କାରଣ ସ୍ଥାନୀୟ ଲୋକେ ନିର୍ଭୟରେ କୁମ୍ଭୀରଙ୍କ ସହ ଚଳପ୍ରଚଳ ହେବା ସହ ସେଠା ଛୋଟ ପିଲା ମଧ୍ୟ କୁମ୍ଭୀରଙ୍କ ସହ ଖେଳିଥାନ୍ତି। ସେହି ଅଞ୍ଚଳର ଜନୈକ ବୟସ୍କ ଲୋକ ଏ ସଂକ୍ରାନ୍ତରେ କହିଛନ୍ତି, କୁମ୍ଭୀରଙ୍କ ସହ ସେମାନଙ୍କର ଏଇ ପରମ୍ପରା ୬୦୦ ବର୍ଷ ପୁରାତନ। ସେ ସମୟରେ ଗାଁରେ କେହି ଲୋକ ରହୁନଥିଲେ। ଜଳାଭାବ କାରଣରୁ ଲୋକେ ପୋକମାଛି ପରି ପ୍ରାଣ ହରାଉଥିଲେ। ଗାଁରେ ହାତଗଣତି ୪-୫ଟି ପରିବାର ହିଁ ରହୁଥିଲେ। ଦିନକର ଘଟଣା। ଜଣେ ମହିଳା ପାଣି ଅନ୍ବେଷଣରେ ପୋଖରୀ କୂଳକୁ ଗଲେ। କେଉଁଆଡ଼ୁ ୨ଟି କୁମ୍ଭୀର ଆସି ମହିଳାଙ୍କୁ ପାଣି ଥିବା ସ୍ଥାନ ପର୍ଯ୍ୟନ୍ତ ରାସ୍ତା ଦେଖାଇଥିଲେ। ଆଜି ପର୍ଯ୍ୟନ୍ତ ସେହି ପୋଖରୀ ପ୍ରବଳ ଗରମରେ ମଧ୍ୟ ଶୁଖେନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ପୋଖରୀରେ ୧୦୦ରୁ ଅଧିକ କୁମ୍ଭୀର ଅଛନ୍ତି। କେବେହେଲେ ଏଇ କୁମ୍ଭୀରମାନେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିନାହାନ୍ତି; ବରଂ ପିଲାମାନେ ନିୟମିତ ସେମାନଙ୍କ ସହ ଖେଳିଥାନ୍ତି। କୁମ୍ଭୀରଙ୍କ ଖାଦ୍ୟ ଜୁଟାଇବାରେ ମଧ୍ୟ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାର ପ୍ରକାଶ।

Leave A Reply