www.samajalive.in
Sunday, December 7, 2025
23.1 C
Bhubaneswar

କିମ୍‌ ଜଙ୍ଗ-ଉନଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ନାହିଁ: ଦକ୍ଷିଣ କୋରିଆ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ-ଉନଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ନାହିଁ। ଦକ୍ଷିଣ କୋରିଆ ପକ୍ଷରୁ ମଙ୍ଗଳବାର କୁହାଯାଇଛି। କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଦକ୍ଷିଣ କୋରିଆର ଏକ ନ୍ୟୁଜ ସାଇଟ୍‌ ‘ଡେଲି ଏନକେ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ନ୍ୟୁଜ ସାଇଟ୍‌ ଉତ୍ତର କୋରିଆର ଖବର ସର୍ମ୍ପକରେ ରିପୋର୍ଟ ପ୍ରକାଶ କରିଥାଏ। ସିଏନଏନ ପକ୍ଷରୁ ମଧ୍ୟ ଏକ ରିପୋର୍ଟରେ କିମ୍‌ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ରହିଥିବା କୁହାଯାଇଥିଲା।

ଏପ୍ରିଲ ୧୨ରେ କିମ୍‌ ହୃଦୟ ଏବଂ ରକ୍ତ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିବା ଦକ୍ଷିଣ କୋରିଆର ଏକ ଅନଲାଇନ୍‌ ନ୍ୟୁଜ ସାଇଟରେ ରିପୋର୍ଟ ପ୍ରକାଶ ପାଇଥିଲା। ହୃଦରୋଗରେ ପୀଡ଼ିତ ଥିବା କିମ୍‌ଙ୍କର ଅପରେଶନ କରାଯାଇଥିବା କୁହାଯାଇଥିଲା। ଏହା ପରେ କିମ୍‌ ଗତ ୧୫ ତାରିଖରେ ତାଙ୍କ ଦାଦାଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ନ ଥିଲେ, ଯାହାକୁ ନେଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଅନୁମାନ କରାଯାଉଥିଲା। ଏପରି କି ସେ ବ୍ରେନ ଡେଡ୍‌ ଅବସ୍ଥାରେ ଥିବା କୁହାଯାଉଥିଲା। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ଦକ୍ଷିଣ କୋରିଆ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଦକ୍ଷିଣ କୋରିଆ ସରକାରଙ୍କ ୨ଟି ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇ କିମ୍‌ଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି। ନ୍ୟୁଜ ସାଇଟ୍‌ରେ ପ୍ରକାଶିତ କିମ୍‌ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟ ସତ୍ୟ ନୁହେଁ ବୋଲି କୁହାଯାଇଛି। ତେବେ ଉତ୍ତର କୋରିଆ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories